ଅପରାଧ

ଆଦିବାସୀ ଦମ୍ପତ୍ତି ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ

ବୈାଦ୍ଧ,୨୯ା୦୩(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ସଦର ଥାନାରେ ଜଣେ ନିରିହ ଆଦିବାସୀ ମହିଳାଙ୍କ ଉପରେ ହୋଇଥିବା ଅମାନୁଷିକ ଅତ୍ୟାଚାର ଘଟଣାରେ ପୋଲିସ କତୃପକ୍ଷ କୌଣସୀ ପଦକ୍ଷେପ ଗ୍ରହଣ ନକରିବାରୁ ଶେଷରେ ବାଧ୍ୟ ହୋଇ ନ୍ୟାୟ ପାଇଁ ଆଦିବାସୀ ଦମ୍ପତି ଶେଷରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ବୌଦ୍ଧ ଥାନାର ଭାରପ୍ରାପ୍ତ ମହିଳା ଅଧିକାରୀ ଗତ ୨୦ ତାରିଖରେ ଜଣେ ଆଦିବାସୀ ଦମ୍ପତ୍ତିଙ୍କୁ ବିନା ଦୋଷରେ ରାତି ଅଧରରେ ମାଡ ମାରିବା ସହ ଜାତିଆଣ ମନ୍ତବ୍ୟ ଦେଇଥିବା ଘଟଣାରେ ନ୍ୟାୟ ପାଇଁ କୋର୍ଟରେ ଏକ ମାମଲା ଦାୟର କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଗତ ୨୦ ତାରିଖ ରାତିରେ ସରସରା ଗ୍ରାମର ରବିନ୍ଦ୍ର ମଲିକ ଓ ତାଙ୍କ ପତ୍ନୀ ପଦ୍ମିନୀ ମଲିକ ନିଜ ଘରୁ ବାହାରକୁ ଆସିଥିବାବେଳେ ବୌଦ୍ଧଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ପ୍ରୀତି ମଂଜରୀ ଗଡନାୟକ ଓ ଅନ୍ୟ କିଛି କର୍ମଚାରୀ ହଠାତ ତାଙ୍କ ନିକଟରେ ଗାଡି ଅଟକାଇଥିଲେ । ଥାନା ଅଧିକାରୀ ଶ୍ରୀମତି ଗଡନାୟକ ପଦ୍ମିନୀକୁ ଡାକି ସାମ୍ପୋଚ ଗା୍ରମର କିଛି ଦୁବୁର୍ତ୍ତ ଗୋରୁ ନେଉଥିବା ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଟଙ୍କା ଲୁଟ ଘଟଣାରେ କେହି ଏଠାରେ ରହୁଛନ୍ତିକି ଓ ତୁମର କିଏ ସଂପର୍କିୟ ବଘାରପାଲି ଗ୍ରାମରେ ରହୁଛନ୍ତିକି ବୋଲି ପଚାରିବାରେ ସେହି ନାମରେ କାହାକୁ ସେ ଚିହ୍ନନ୍ତି ନାହିଁ ବୋଲି ପଦ୍ମିନୀ ଉତ୍ତର ଦେଇଥିଲେ । ଏନେଇ ଥାନା ଅଧିକାରୀ ଆଉ କୌଣସି କଥା ନକହି ପଦ୍ମିନୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଏକ ଠେଙ୍ଗାରେ ଦେହ ସାରା ପ୍ରବଳ ମାଡ ମାରିଥିଲେ । ଏହା ପରେ ଥାନା ଅଧିକାରୀ ରବିନ୍ଦ୍ରଙ୍କୁ ନାମ ପଚାରିଥିଲେ ଓ ସେ ନିଜ ନାମ କହିବାପରେ ତାଙ୍କୁ ମଧ୍ୟ ଛାଡି ନଥିଲେ । ରବିନ୍ଦ୍ରଙ୍କ ପ୍ରତି ଜାତିଆଣ ମନ୍ତବ୍ୟ ଦେଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଧରିଥିବା ଠେଙ୍ଗାରେ ମାଡ ମାରିଥିଲେ ଏବଂ ଥାନା ଗାଡିରେ ବସାଇ ଏହି ଘଟଣା କାହା ଆଗରେ କହିଲେ ବାଡିରେ ପିଟି ପିଟି ମାରିଦେବାକୁ ଧମକ ଦେଇଥିବା ସହ ଘର ଠାରୁ କିଛି ଦୁରରେ ଗାଡିରୁ ଓହ୍ଳାଇ ଦେଇ ପଳାଇ ଆସିଥିଲେ । ମାଡ ଖାଇବା ପରେ ପଦ୍ମିନୀ ଚାଲି ପାରୁନଥିବା ସହ ବସି ପାରୁନଥିବା ଦେଖି ସ୍ୱାମୀ ରବିନ୍ଦ୍ର ସକାଳ ହେବା ପରେ ପ୍ରଥମେ ଚିକିସôା ପାଇଁ ବୌଦ୍ଧ ଜିଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଥାନା ଅଧିକାରୀଙ୍କ ଏଭଳି ଅମାନୁଷିକ କାର୍ଯ୍ୟ ପାଇଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ରବିନ୍ଦ୍ର ନ୍ୟାୟ ପାଇଁ ମଧ୍ୟ ଡାକରେ ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲେ । କିନ୍ତୁ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ରବିନ୍ଦ୍ର ନ୍ୟାୟ ପାଇଁ ବୌଦ୍ଧ ଜିଲା ଦୌରାଜଜଙ୍କ ଅଦାଲତରେ ଏକ ମାମଲା ଦାୟର କରିଛନ୍ତି । ଏହି ମାମଲାଟି ଜିଲାଦୌରାଜଜଙ୍କ ଅଦାଲତରେ କମ୍ପପ୍ଳେନ କେସ ନଂ ୨/୧୮ ହୋଇଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top