ଆଦିବାସୀ କଳା ସଂସ୍କୃତିକୁ ବଞ୍ଚାଇବା ପାଇଁ ପଡିଆ ବ୍ଲକରେ ସାବେରୀ କଳା ପରିଷଦର ପ୍ରତିଷ୍ଠା

ମାଲକାନଗିରି, ୨୩ା୬(ଓଡିଆ ପୁଅ) ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଦିବାସୀ ଭାଷା ସଂସ୍କୃତି ପରମ୍ଫରା ଓ ଲୋକକଳାକୁ ବଞ୍ଚାଇ ରଖି ବିଶ୍ୱ ଦରବାରରେ ପରିଚିତ କରିବା ପାଇଁ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସାଂସ୍କୃତିକ ସଗଂଠନ ପକ୍ଷରୁ ସାତଟି ଯାକ ବ୍ଲକରେ ନାଟ୍ୟ ସଂସଦ ପ୍ରତିଷ୍ଟା କରା ଯାଇଛି। ପଡିଆ ବ୍ଲକସ୍ଥ ପଡିଆ ପଚାଂୟତ ଗ୍ରାମ ମଣ୍ଡପରେ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଗଂଠନର ଜିଲ୍ଲା ସଭାପତି ଅନାଦିକଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୌଠକରେ ବ୍ଲକ କମିଟି ଗଠନ କରାଯାଇଛି। ପଡିଆ ବ୍ଲକରେ ଗଠନ ହୋଇଥିବା ସାବେରୀ କଳାବିକାଶ ପରିଷଦ ନାଟ୍ୟ ସଂସ୍ଥାର ସଭାପତି ଭାବେ ବି.ଭସ୍କର ରାଓ, ସଂପାଦକ ନାଗେଶ ଖରା, କୋଷାଧ୍ୟକ୍ଷ ପଟଲା ବଂଜୟ ଓ ପରିପୁଣ୍ଣ ମାଦ୍ରୀ ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ଏହି ବୈଠକରେ ଜିଲ୍ଲା ନାଟଗୁରୁ ସଂଘର ସଂପାଦକ ଧନଫୁଲ ବାରିକ, ମାଥିଲି ବ୍ଲକ ସଭାପତି ଡମ୍ବରୁଧର ପ୍ରେମା, ସଂପାଦକ ବିଶ୍ୱନାଥ ବାରିକ, ମାଲକାନଗିରି ବ୍ଲକ ସଭାପତି ଆଦୁହନ୍ତାଳ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ବହୁକଷ୍ଟକରି ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଦେଶିଆ ନାଟ ଦଳ ଓ ନାଟଗୁରୁ ମାନେ ସ୍ୱଳ୍ପ ପଇସାରେ ଲୋକ ମାନଙ୍କ ମନୋରଂଜନ କରି ଲୋକକଳାକୁ ବଞ୍ଚାଇ ରଖୁଥିବାବେଳେ ସେମାନଙ୍କ ପ୍ରତି ସରକାର ଦୃଷ୍ଟି ଦେଉନାହିଁ, ଉପଯୁକ୍ତ ପାରିଶ୍ରମିକ ପାଉନଥିବାବେଳେ ସେମନଙ୍କୁ କଳାକାର ଭତ୍ତା ମିଳୁନାହିଁ, ଏହି ଆଦିବାସୀ ଦୁସ୍ଥକଳାକାର ଓ ନାଟଗୁରୁମାନଙ୍କୁ ଭତ୍ତା, ପିଲାମାନଙ୍କ ପାଠ ପଢାଖର୍ଚ, ବାସଗୃହ ଯୋଗାଇ ଦେବା ପାଇଁ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *