ଜିଲ୍ଲା ପରିକ୍ରମା

ଆଦିବାସୀ ଏବଂ ଦଳିତ ମହିଲାଙ୍କ ଅଧିକାରକୁ ନେଇ ସାମ୍ବାଦିକ ସମ୍ମିଳନୀ

ଖଡିଆଳ/ନୂଆପଡା-୧୪.୦୨.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ସ୍ଥିତ ଚଲେଚଲୋ ଅନୁଷ୍ଠାନ ପରିସର ମଧ୍ୟରେ ଆଦିବାସୀ ଏବଂ ଦଳିତ ମହିଲାଙ୍କ ଅଧିକାରକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ମଙ୍ଗଲବାର ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ବେଆରଫୁଟ ଲୟର(ଖୋଲାପାଦ ଓକିଲ) ପ୍ରକଳ୍ପ ମାଧ୍ୟମରେ ସିନାପାଲି, ବୋଡେନ ଏବଂ ଖଡିଆଳ ବ୍ଲକର ଆଦିବାସୀ ଏବଂ ଦଳିତ ମହିଲା ବହୁଲ ଗ୍ରାମ ମାନଙ୍କରେ ଏହାର ସମାଧାନ ର ଦିଗ ଉପରେ ସଚେତନ କରାଇ ଆସୁଥିଲେ।ଏହି ପ୍ରକଳ୍ପ ମାଧ୍ୟମରେ ଏହି ୩ ଗୋଟି ବ୍ଲକରେ ବହୁ ଆଦିବାସୀ ଓ ଦଳିତ ମହିଲା ଆଇନ କାନୁନ ଉପରେ ସଚେତନ ହୋଇପାରିଥିଲେ। ସଚେତନ ମହିଲା ମାନେ ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ସମସ୍ୟାର ସଫଳ ରୁପାୟନ କରିବାକୁ ଗଣମାଧ୍ୟମ ର ସହେଯାଗ ନିହାତି ଜରୁରୀ ଅଟେ। ଏହାକୁ ଚଲେଚଲେ ସ୍ୱେଛାସେବୀ ଅନୁଷ୍ଠାନ ଆଦିବାସୀ ଓ ଦଳିତ ମହିଲା ମାନଙ୍କୁ ନେଇ ନିଜ ନିଜ ଭିତରେ ସହଭାଗିତା ହେବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରିଥିଲେ। ଏହି ସାମ୍ବାଦିକ ସମ୍ମଲନୀରେ ଖଡିଆଳ, ସିନାପାଲି ଓ ବୋଡେନ ଗ୍ରାମାଞ୍ଚଳ ମାନଙ୍କରୁ ସତାଧିକ ମହିଲା ଯୋଗଦାନ କରିଥିଲେ। ମହିଲା ମାନେ ସାମ୍ବାଦିକ ମାନଙ୍କ ସହିତ ନିଜନିଜ ଗ୍ରାମ ରେ ଥିବା ବିଭିନ୍ନ ସମସ୍ୟା କୁ ଗଣମାଧ୍ୟମରେ ପ୍ରକାଶିତ କରିବା ପାଇଁ ପ୍ରକାଶ କରିଥିଲେ। ସାମ୍ବାଦିକ ମାନେ ମହିଲା ମାନେ ଉପସ୍ଥାପନ କରିଥିବା ସମସ୍ୟା ମାନଙ୍କୁ ଗଣମାଧ୍ୟମ ରେ ପ୍ରକାଶ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମହିଲା ମାନେ ଚଲେଚଲୋ ଅନୁଷ୍ଠାନ ମାଧ୍ୟମରେ ସଚେତନ ହୋଇ ନିଜ ନିଜ ଅଞ୍ଚଳର ଦାବି ଉପସ୍ଥାପନ ପାଇଁ ଅଣ୍ଟା ଭିଡିଥିବାରୁ ମହିଲା ମାନଙ୍କୁ ସାମ୍ବଦିକ ମାନଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଚଲେଚଲୋ ସଂଯୋଜକ ତ୍ରିଲୋଚନ ବାରିକ ମଞ୍ଚ ପରିଚାଳନା କରିଥିବା ବେଲେ ସ୍ୱେଛାସେବୀ ଅନୁଷ୍ଠାନର ସ୍ପ୍ରେଡ ର ସଂଯୋଜକ କୁନାଲ ଚରଣ ବେହେରା, କ୍ଷୀରସିନ୍ଧୁ ଶଗରିଆ, ପ୍ରିୟବ୍ରତ ପଣ୍ଡା ମଞ୍ଚାସିନ ରହି ମହିଲା ମାନଙ୍କ ବିଭିନ୍ନ ଅଧିକାର ଉପରେ ଆଲୋକପାତ କରିଥିଲେ। ସଂଯୋଜକ ରାଜକୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଚଲେଚଲୋ ଅନୁଷ୍ଠାନର ହେମାଞ୍ଜଳୀ ମେହେର, ଜୈାତି ଜଗତ, ଦିବ୍ୟକୁମାରୀ ମାଝୀ, ଚନ୍ଦ୍ରକାନ୍ତୀ ଜଗତ, ପ୍ରମୋଦିନୀ ଜଗତ, ଇନ୍ଦୁମତୀ ଶାଗର ସମେତ ଅନ୍ୟନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top