ଗଜପତି

ଆଦିବାସୀ ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ମନୋନିତ

ପାରଳାଖେମୁଣ୍ଡି,୨୪ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ସ୍ୱତନ୍ତ୍ର ଜନଜାତି ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ଭାବେ ମରିୟମ ରଇତଙ୍କୁ ମନୋନିତ କରାଯାଇଛି । ଏହି ଅବସରରେ ଜିଲା ବିଜେଡି କାର୍ଯ୍ୟାଳୟ ଠାରେ ମରିୟମ ରଇତଙ୍କୁ ଜିଲା ବିଜେଡି ପକ୍ଷରୁ ଶୁଭେଚ୍ଛା ଦିଆଯାଇଥିଲା । ଅନ୍ୟପକ୍ଷରେ ଏହି ପଦବୀ ମିଳିଥିବାରୁ ମରିୟମ ରଇତ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯୋଜନାମନ୍ତ୍ରୀ ସୁର୍ଯ୍ୟନାରାୟଣ ପାତ୍ର, ଗଜପତି ଜିଲା ପର୍ଯ୍ୟବେକ୍ଷକ ତଥା ଯୋଗାଣମନ୍ତ୍ରୀ ପ୍ରଦିପ କୁମାର ପାଣିଗ୍ରାହୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହା ସହ ପଦବୀର ଉଚିତ ବ୍ୟବହାର କରି ଜିଲାର ଅଧ୍ୟୁଷିତ ଅଞ୍ଚଳମାନଙ୍କରେ ଜନଜାତିମାନଙ୍କର ଉନ୍ନତି ପାଇଁ ଆଗକୁ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି । ସେ ପୁର୍ବରୁ ଗୁମ୍ମା ବ୍ଳକ ଅଧ୍ୟକ୍ଷା ଭାାବରେ କାର୍ଯ୍ୟ କରିସାରିଛନ୍ତି । ଗତ ପଞ୍ଚାୟତ ନିର୍ବାଚନ ପୁର୍ବରୁ ସେ କଂଗ୍ରେସ ଦଳ ଛାଡି ଜିଲା ବିଜେଡିରେ ସାମିଲ ହୋଇଥିଲେ । ଏହି ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜିଲା ବିଜେଡି ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଦିଆଯାଇଥିଲା । ଏଥିରେ ଜିଲା ସଭାପତି ପ୍ରଦିପ କୁମାର ନାୟକ, ପୁର୍ବତନ ବିଧାୟକ କେ.ନାରାୟଣ ରାଓ, ଯୁବମୋର୍ଚ୍ଚା ସଭାପତି ପି.କିଷ୍ଣା, ନଗର ସଭାପତି ଜମିଦାର ପଟ୍ଟନାୟକ, ଜିଲା ଉପସଭାପତି ଏଲ.କେ ପରିଛା ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top