ଆଦିବାସୀ ଇଲାକାକୁ ଅଣଦେଖା – ହୁଡହୁଡରେ କ୍ଷତିପୂରଣ ମିଳିନି; ୨୦୧୩ ବର୍ଷା ସହାୟତାକୁ ଅନାଇଛନ୍ତି ଲୋକେ

ଭୁବନେଶ୍ୱର ୭-୧୨ (ଓଡ଼ିଆ ପୁଅ) ଏଥିରେ କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ମାଲକାନାଗିରି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଅନେକ ଘର ଭାଙ୍ଗି ଯାଇଥିବା ବେଳେ ଫସଲ ମଧ୍ୟ ନଷ୍ଟ ହୋଇଥିଲା। ମାଛଚାଷୀମାନଙ୍କୁ ବି କ୍ଷତି ସହିବାକୁ ପଡିଥିଲା। ଅନେକ ଗାଇଗୋରୁ ମରିଥିଲେ। ନଳକୂପଗୁଡିକ ମଧ୍ୟ ନଷ୍ଟ ହୋଇଥିଲା। ଏ ସମ୍ପର୍କରେ ମଧ୍ୟ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ୍ ଦାୟର କରିଥିଲେ। ହୁଡ୍ହୁଡ୍ରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ତାଙ୍କ ରିପୋର୍ଟରେ କହିଛନ୍ତି ଯେ, ଭାଙ୍ଗି ଯାଇଥିବା ଘରଗୁଡିକୁ ତୋଳିବା ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି। ବିଶ୍ୱବ୍ୟାଙ୍କ୍ ସହାୟତାରେ କ୍ଷତିଗ୍ରସ୍ତଙ୍କୁ ଏହି ଘର ଯୋଗାଇ ଦିଆଯିବ। ସେହିପରି ଗୃହ ବିଭାଗ ପକ୍ଷରୁ କୁହାଯାଇଛି ଯେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଠାରୁ ଅର୍ଥ ମିଳିବା ପରେ ମାଛଚାଷୀ ଓ ଧୀବରମାନଙ୍କୁ ସହାୟତା ପ୍ରଦାନ କରାଯିବ। ତେବେ ଏହି ଦୁଇ ଥଇଥାନ ପ୍ରକଳ୍ପର ଅଗ୍ରଗତି ଓ ବର୍ତମାନର ସ୍ଥିତି ସମ୍ପର୍କରେ ରିପୋର୍ଟ ଦାଖଲ ପାଇଁ କୋରାପୁଟ ଜିଲ୍ଲାପାଳ ଓ ଗୃହ ବିଭାଗ ଯୁଗ୍ମ ସଚିବଙ୍କୁ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସରକାରୀ ଅଧିକାରୀଙ୍କ ଅବହେଳା ଯୋଗୁଁ ଆଦିବାସୀ ଇଲାକାର ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *