ଓଡ଼ିଶା

ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ୩୪ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥ ଯାତ୍ରା

ମାଲକାନଗିରି, ୨ା୧ (ଓଡିଆ ପୁଅ ) ରାଜ୍ୟସରକାର ଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରୁ ୩୪ଜଣ ବରିଷ୍ଠନାଗରିକଙ୍କୁ ତୀର୍ଥ ଯାତ୍ରା ପାଇଁ ଜିଲ୍ଲାପ୍ରଶାସନ ପଠାଇଛନ୍ତି। ଆଜି ଅପରାହ୍ନରେ ସ୍ଥାନୀୟ ଷ୍ଟେଡିୟମ ଠାରୁ ସ୍ୱତନ୍ତ୍ର ବସ ଯୋଗେ ଏହି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଦଳ ବାହାରି ଥିଲେ। ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ମାନସ ମାଡକାମି ଯୋଗ ଦେଇ ନଡିଆ ଫଟାଇ ସବୁଜ ପତକା ଦେଖାଇ ତୀର୍ଥ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ଅମିୟ କୁମାର ସାହୁ, ସାହିତ୍ୟ ଏକାଡେମୀ ସଦସ୍ୟ ସାମ୍ବାଦିକ ରତ୍ନାକର ଦାଶ, ଡିଆରଡିଏ ଏପିଡି ମାନସ କୁମାର ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ପ୍ରସାଦ ବଢାଇ ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରା କରୁଥିବା ବରିଷ୍ଠ ନାଗରିକମାନଙ୍କୁ ବିଦାୟ ଦେଇ ଶୁଭକାମନା କରିଥିଲେ।

ତୀର୍ଥଯାତ୍ରାରେ ଯାଉଥିବା ସମସ୍ଥ ବରିଷ୍ଠ ନାଗରିକ ମାନଙ୍କର ବ୍ଲଡଗୃପ ଓ ସ୍ୱାସ୍ଥ୍ୟପରୀକ୍ଷା ଜିଲ୍ଲାସଦର ମହକୁମା ହସପିଟାଲରେ କରାଯାଇ ଥିଲା। ଆଜି ମାଲକାନଗିରିରୁ ଉକ୍ତ ବସଟି ବ୍ରହ୍ମପୁରକୁ ଯାଇ ୩ ତାରିଖରେ ପହଁଚିବା ପରେ ସେଠାରେ ଥିବା ଦର୍ଶନୀୟ ସ୍ଥାନ ଭ୍ରମଣ କରି ୪ ତାରିଖ ଦିନ ସେଠାରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ତିରୁପତି ଓ ଭେଲୋରକୁ ଏହି ତୀର୍ଥ ଯାତ୍ରୀମାନଙ୍କୁ ନେଇ ଦର୍ଶନ କରାଯିବାର ବ୍ୟବସ୍ଥା ହୋଇଛି। ସେମାନଙ୍କ ଦେଖାଶୁଣା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀ.ପି.ଶ୍ରୀ ନିବସ ରାଓ, ଶ୍ରୀ ଆର. ରମେଶଙ୍କୁ ଗାଇଡ ଭାବେ ପଠାଯାଇଛି। ଅପହଁଚ ଇଲାକାର ବୃଦ୍ଧ ଓ ବୃଦ୍ଧାମାନେ କେବେ ବି ବାହରକୁ ତୀର୍ଥ କରିବାକୁ ଯାଇ ପାରୁନଥିବା ବେଳେ ସୁଦୁର ତିରୁପତି ଓ ଭେଲୁରକୁ ତୀର୍ଥ କରିବାକୁ ଯାଉଥିବା ବରିଷ୍ଠ ନାଗରିକମାନେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଏହି ଉଦ୍ୟମକୁ ଉଦ୍ୟମ ପ୍ରଶଂସା କରି ଧନ୍ୟବାଦ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top