ଜିଲ୍ଲା ପରିକ୍ରମା

ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଓଡିଆ ଭାଷା ସଂସ୍କୃତିକୁ ବଚାଂଇ ରଖିବା ପାଇଁ ଓଡିଶା ସାହିତ୍ୟ ଏକାଡେମୀର ଶୀତକାଳୀନ ସାହିତ୍ୟ ଆସର

ମାଲକାନଗିର, ୧୧ା୧(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ଆନ୍ଧ୍ର ଛିତିଶଗଡ ରାଜ୍ୟ ସୀମାନ୍ତ ମାଲକାନଗିରି ଜିଲ୍ଲାରେ ଓଡିଆ ଭାଷା ସଂସ୍କୃତିର ବିକାଶ ନିମନ୍ତେ ଓଡିଶା ସାହିତ୍ୟ ଏକାଡେମୀ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ଗୌଡଗୁଡା ପଚାଂୟତସ୍ଥ ଏମଭି ୯ ଗ୍ରାମରେ ଥିବା ରାମ କୃଷ୍ଣ ଉଚ୍ଚ ବିଦ୍ୟାଳୟ ପରିସରରେ ଶୀତକାଳୀନ ସାହିତ୍ୟ ଆସର ଅନୁଷ୍ଟିତ ହୋଇଯାଇଛି। ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକର ଦାଶ, ମୁଖ୍ୟ ବକ୍ତା ଭାବେ କବି ବିଜୟ କୁମାର ଦାସ, ସମ୍ମାନିତ ଅତିଥି ଭାବେ ରଂଜନ କୁମାର ରାଉତ, ରତ୍ନାକର ପାଢୀ, ଲକ୍ଷ୍ମିକାନ୍ତ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଓଡିଆ ଭାଷା ସଂସ୍କୃତିର କିପରି ଅଗ୍ରଗତି ହେବ ସେଥିପ୍ରତି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ, ଯେଉଁ ଦେଶ ନିଜ ମାତୃଭାଷା, ସଂସ୍କୃତି ପ୍ରତି ଗୁରୁତ୍ୱ ଦେଇଛି ସେ ଦେଶ ସେତେ ଉନ୍ନତି କରିଛି।

ଆନ୍ଧ୍ର ଛତିଶଗଡ ସିମାନ୍ତବର୍ତ୍ତି ମାଲକାନଗିରି ଜିଲ୍ଲାର ଅନେକ ଗ୍ରାମରେ ଓଡିଆ ଭାଷା ସଂସ୍କୃତି ଧିରେ ଧିରେ ଲୋପପାଇବାକୁ ବସିଲାଣି, ଭାଷା ସଂସ୍କୃତିକୁ ବଚାଁଇବାକୁ ହେଲେ ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡିଆ ଭାଷାରେ କବିତା, ହସକଥା, ଗପ, କୌତୁକ ମାଧ୍ୟମରେ ଶିକ୍ଷା ଦିଆଯାଇ ଜନ ସଚେତନତା କରିବା ଦରକାର ବୋଲି ଅତିଥିମାନେ ଅଭିଭାଷଣ ରଖିଥିଲେ। ବିଦ୍ୟାଳୟର ୯ମ ଶ୍ରେଣୀର ଛାତ୍ରୀ ଲିପା ସରକାର, ଆଦିବାସୀ ଛାତ୍ର ରଂଜନ ମାଢୀ ସୁନ୍ଦର ଭାବେ କବିତା ପାଠ କରିବା ସହିତ ଦେଶାତ୍ମକ ବୋଧ ସଙ୍ଗୀତ ଓ ଭଜନ ଗାଇ ଶୁଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁରେଶ ତ୍ରୀପାଠୀ, ସତ୍ୟଜିତ ନାୟକ, ପ୍ରଶାନ୍ତ କୁମାର ଜେନା, ସରୋଜ କୁମାର ପ୍ରଧାନ, ଆଶିଷ କୁମାର ସାହୁ, ସୁଜନ ସରକାର, ଜ୍ୟୋତ୍ସ୍ନାରାଣୀ ସରଦାର, ସୁନିଲ ସିକଦାରଙ୍କ ସହ ବିଦ୍ୟାଳୟର ପ୍ରାୟ ୪୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଅବିଭାବକମାନେ ଯୋଗଦେଇ ଥିଲେ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top