ଆଦିତ୍ୟ ବାହିନୀ ପକ୍ଷରୁ ଶଙ୍କରାଚାର୍ଯ୍ୟଙ୍କ ହୀରକ ଜୟନ୍ତୀ ପାଳିତ

ଯାଜପୁର-୧୩/୭(ଓଡିଆ ପୁାଅ/ଏ.ରାଉତ) ଯାଜପୁର ଜିଲା ଆଦିତ୍ୟ ବାହିନୀ ପକ୍ଷରୁ ଆଦି ଗୁରୁ ଶ୍ରୀ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କର ୭୫ ତମ ଜନ୍ମ ଜୟନ୍ତୀ (ହୀରକ ଜୟନ୍ତୀ) ବ୍ୟାସନଗର ନୂଆମାର୍କେଟ ସ୍ଥିତ ଓଁକାରନାଥ ମନ୍ଦିର ପରିସରରେ ବୁଧବାର ପାଳିତ ହୋଇଯାଇଛି। ଓଁକାର ନାଥ ମନ୍ଦିର ମୁଖ୍ୟ ପୁରୋଧା ରାଜକିଶୋର ନାଥଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ସଭାପତି ଦିନେଶ ସାହୁ, କ୍ଷେତ୍ରୀୟ ସଂପାଦକ ପ୍ରଦ୍ୟୁମ୍ନ ବିଶ୍ୱାଳ, ସଂଗ୍ରାମ ପଟ୍ଟନାୟକ, ମନୋଜିତ୍ ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଦାଶ, ରାଜେଶ ରାଉତ, ଦେବଦ୍ତତ ନାୟକ, ଡା. ହୃଷିକେଶ ସ୍ୱାଇଁ, ଦୁର୍ଗାମାଧବ ଦୀକ୍ଷିତ, ଗିରିଧାରୀ ମିଶ୍ର, ଚନ୍ଦମଣି ଚୌଧୁରୀ, ଶରତ ସେନାପତି, ଶେଷଦେବ ସାହୁ, ଗୌରାଙ୍ଗ ପରିଡା, ନିତ୍ୟାନନ୍ଦ ପରିଡା, ରବିନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଶ୍ରୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ଅଦେିଗୁରୁ ଶଙ୍କରାଚାର୍ଯ୍ୟ ସ୍ୱୟଂ ଶିବଙ୍କ ଅବତାରବୋଲି ଓ ତାଙ୍କ ଦର୍ଶନରେ ଭୋଳାବାବାଙ୍କ ଦର୍ଶନ ହୁଏବୋଲି ମତବ୍ୟକ୍ତ କରିଥିଲେ। ବ୍ୟାସନଗର ସହିତ ଯାଜପୁର ଜିଲାର ରାମବାଗ ସିଦ୍ଦେଶ୍ୱର ପୀଠ, ଜାଗୁଳେଇ ପୀଠ, ଅରଡପଡା ରୁଦ୍ରନାରାୟଣ ମନ୍ଦିର ସମେତ ବିଭନ୍ନ ସ୍ଥାନରେ ମଧ୍ୟ ଉକ୍ତ ଜନ୍ମ ଜୟନ୍ତୀ ଆଧ୍ୟତ୍ମିକ ପରିବେଶରେ ପାଳିତ ହୋଇ ଶଙ୍କରାଚାର୍ଯ୍ୟଙ୍କର ଦୀର୍ଘ ନିରାମୟ ଜୀବନ କାମନା କରାଯାଇଛି।

Leave a Reply

Your email address will not be published. Required fields are marked *