ଅନୁଗୁଳ

ଆଦିତ୍ୟ ବାହିନୀ ତାଳଚେର ଶାଖା ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ

ତାଳଚେର, ୨୫/୬ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଦିତ୍ୟ ବାହିନୀ ତାଳଚେର ଶାଖା ପକ୍ଷରୁ ଘଂଟପଡ଼ା ଗ୍ରାମରୁ ତାଳଚେର ଷ୍ଟେସନ ଅଭିମୁଖେ ଯାଇଥିବା ରାସ୍ତାକୁ ବ୍ୟାପକଭାବେ ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା। ଆଜି ସକାଳ ୭.୩୦ଠାରୁ ୯.୩୦ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଆଦିତ୍ୟ ବାହିନୀ ତାଳଚେର ଶାଖାର ସଭାପତି ବରୁଣ କୁମାର ସାହୁ, ଉପସଭାପତି ବିଭୁତି ସାହୁ, ସମ୍ପାଦକ ବୃନ୍ଦାବନ ବେହେରା, ସହ ସମ୍ପାଦକ ସୁନିଲ ପଟ୍ଟନାୟକ, ମିଡ଼ିଆ ପ୍ରଭାରୀ ଜଗଦୀଶ ମିଶ୍ର, ସେବା ସମ୍ପାଦକ ବିଜୟ ସାହୁ, ସଙ୍ଗଠନ ସମ୍ପାଦକ ଅନ୍ତର୍ଯ୍ୟାମୀ ସାହୁ, ମଦନ ସୁନ୍ଦର ପ୍ରଧାନ, କୁଞ୍ଜ ପ୍ରଧାନ, ସିପୁନ ସାହୁ, କନ୍ଦର୍ପ ସାହୁ, ପିତାମ୍ବର ସାହୁ, ହରିହର ମିଶ୍ର ପ୍ରମୁଖ ସାମିଲ ହୋଇ ରାସ୍ତାର ଉଭୟ ପାଶ୍ୱର୍ରେ ରହିଥିବା ଲତାବୁଦା, ଅଳିଆ, ଆବର୍ଜନା ଆଦି ସଫାସୁତରା କରିଥିଲେ। ଆଦିତ୍ୟ ବାହିନୀ ତାଳଚେର ଶାଖାର କାର୍ଯ୍ୟକର୍ତାଙ୍କ ଏଭଳି ମହତ୍ କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଉଚ୍ଚପ୍ରଶାଂସା କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top