ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀର ନୁତନ ଶାଖା ଗଠନ

ପାରଳାଖେମୁଣ୍ଡି, ୧୨ା୬(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ଗୁମ୍ମା ବ୍ଳକ ଗୁମ୍ମା ଗ୍ରାମଠାରେ ରାଧାକୃଷ୍ଣ ମନ୍ଦିର ପରିସରରେ ଗୁମ୍ମା ବ୍ଳକ ପିଠ ପରିଷଦ, ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଜପତି ଜିଲା ପ୍ରଭାରୀ ଅନିଲ ଜେନା ଏବଂ ପାରଳାଖେମୁଣ୍ଡି ଶାଖାରୁ ସଭାପତି ଓ ସମ୍ପାଦିକାଙ୍କ ଉପସ୍ଥିତିରେ ଗୁମ୍ମା ନୁତନ ଶାଖାର ସଭାପତି ଭାବେ କୃଷ୍ଣଚନ୍ଦ୍ର ବିଷୋୟୀଙ୍କୁ ଏବଂ ସମ୍ପାଦକ ଭାବେ କ୍ଷିରୋଦ କୁମାର ଚୌଧୁରୀଙ୍କୁ ସର୍ବସମ୍ମତି କ୍ରମେ ମନୋନିତ କରାଯାଇଥିଲା। ଆଗାମି ଦିନରେ ସମ୍ପୁର୍ଣ୍ଣ ଶାଖାର ପୁର୍ନାଙ୍ଗ କାର୍ଯ୍ୟକର୍ତ୍ତା ଚୟନ ପାଇଁ ସମସ୍ତ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି ଜଣାପଡିଛି। ତେବେ ବୈଠକରେ ମନୋନିତ ହୋଇଥିବା ଅନ୍ୟାନ୍ୟ କର୍ମକର୍ତ୍ତାମାନେ ହେଲେ ଉପସଭାପତି ସନ୍ତୋଷ କୁମାର ଦଣ୍ଡସେନା, ସହ ସଚିବ କେଦାରନାଥ କାର୍ଯ୍ୟୀ, କୋଷାଧ୍ୟକ୍ଷ ଟୁନା ପାଇକ ପ୍ରମୁଖଙ୍କ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ମନୋନିତ ହୋଇଥିଲେ।

Leave a Reply

Your email address will not be published. Required fields are marked *