ଆଦିତ୍ୟ ବାହିନୀର ଜିଲ୍ଲା ସ୍ତରୀୟ ବୈଠକ

ନବରଙ୍ଗପୁର ୨୯-୧ (କିଶୋର କୁମାର ପଟ୍ଟନାୟକ): ଡାବୁଗାଁ ଶିବ ମନ୍ଦିରଠାରେ ଆଦିତ୍ୟ ବାହିନୀର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠୀତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର ଦଶଗୋଟି ବ୍ଲକର କର୍ମକର୍ତ୍ତାଙ୍କୁ ନେଇ ଏହି ବୈଠକ ଅନୁଷ୍ଠୀତ ହୋଇଛି। ଏଥିରେ ଆଦିତ୍ୟ ବାହିନୀର ନବରଙ୍ଗପୁର ଜିଲ୍ଲା କ୍ଷେତ୍ରୀୟ ସଂମ୍ପାଦକ କୁନା ପାତ୍ର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ରାଜ ପୁରୋହୀତ ନରସିଂହ ତ୍ରୀପାଠୀ ଯୋଗ ଦେଇ ଆଦିତ୍ୟ ବାହିନୀର ମୂଳ ଉଦ୍ଦେଶ୍ୟ ଓ ଲକ୍ଷ ସଂମ୍ପର୍କରେ ବିସୃତ ସୂଚନା ଦେଇଥିଲେ। ଏହି ଅବସରରେ ଡାବୁଗାଁ ଆଦିତ୍ୟ ବାହିନୀ ଶାଖା ଗଠନ କରାଯାଇଥିଲା। ଆଗାମି ୧୫ ଦିନ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ଅନ୍ୟାନ୍ୟ ବ୍ଲକରେ ଏହାର ଶାଖା କମିଟି ଗଠନ କରାଯିବ। ସମସ୍ତ କମିଟି ଗଠନ ପରେ ନବରଙ୍ଗପୁର ଜିଲ୍ଲା ସ୍ତରୀୟ କମିଟି ଗଠନ କରାଯିବ ବୋଲି ଶ୍ରୀ କୁନା ପାତ୍ର ବୈଠକରେ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକରେ ନବରଙ୍ଗପୁରର କିଶୋର ପଟ୍ଟନାୟକ, ଶରତ ଦାଶ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଉପେନ୍ଦ୍ର ପାଢି, ଗୌରୀ ମାଝୀ, ଚନ୍ଦାହାଣ୍ଡିର ଭରତ ବାଘ, ଉମରକୋଟର ମିଲୁ ପଣ୍ଡା, କୋଷାଗୁମୁଡାର ରତନ ଭତ୍ରା, ପଦ୍ନନ ଗୌଡ, ନବୀନ ପନକା, ତେନ୍ତୁଳିଖୁଣ୍ଟିର ପୃଥ୍ୱିରାଜ ପାଇକରାୟ, ମନଜ ମହାପାତ୍ର, ଶ୍ରୀ ସାଧୂସୁଧନ ବରାଳ, ଡାବୁଗାଁର ନିତ୍ୟାନନ୍ଦ ମହାନ୍ତି, ଜୟନ୍ତ ପାତ୍ର, ଦିବାନ ସିଂ, ମନରୋମା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଡାବୁଗାଁର ଆଦିତ୍ୟ ବାହିନୀର ସମସ୍ତ କର୍ମ କର୍ତ୍ତାମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *