ଜଗତସିଂହପୁର

ଆଦିକବି ସାରାଳା ଦାସଙ୍କ ଶ୍ରାଦ୍ଧୋତ୍ସବ ପାଳିତ

ତିର୍ତ୍ତୋଲ ୨୮/୦୧(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲସ୍ଥିତ ଆଦିକବି ସାରଳା ଦାସ ମହାବିଦ୍ୟାଳୟ ଓ ଓଡ଼ିଆ ସାହିତ୍ୟ ସମାଜ ମିଳିତ ଆନୁକୂଲ୍ୟରେ ପବିତ୍ର ମାଘ ସପ୍ତମୀ ତିଥିରେ ମାଟିର ମହାକବି ଆଦିକବି ଶୁଦ୍ରମୁନି ସାରଳାଦାସଙ୍କ ପୂଣ୍ୟ ଶ୍ରାଦ୍ଧୋତ୍ସବ ପାଳନ ହୋଇଯାଇଛି। ସାରଳାଦାସଙ୍କ ସ୍ମୃତିକୁ ବହନ କରୁଥିବା ଏହି କଲେଜରେ ପ୍ରାତଃକାଳରୁ ଝୁଲାବା ମଠନିକଟସ୍ଥ ମହାନଦୀ ଘାଟରେ କବିଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯାଇଥିଲା। ମହାବିଦ୍ୟାଳୟର ପରିସରରେ ପ୍ରତିଷ୍ଠିତ ଆଦିକବିଙ୍କ ଆବକ୍ଷ ପ୍ରତିମୂର୍ତ୍ତୀ ନିକଟରେ ପୂଜା ଅର୍ଚ୍ଚନା ନାମ ସଂକୀର୍ତ୍ତନ ଓ ମହାଭାରତ ପାରାୟଣ କରାଯାଇଥିଲା। ପରେ ମହାବିଦ୍ୟାଳୟର ଭାରାପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ସାହୁଙ୍କ ସଭାପତିତ୍ୱରେ ସାହିତ୍ୟ ସଭା ଅନୁଷ୍ଠିତ କରାଯାଇଥିଲା। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ରେଭେନସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ଼କ୍ଟର ନଟବର ଶତପଥି ଯୋଗଦାନ କରି ସାରଳା ଦାସଙ୍କୁ ଭାରତୀୟ ସାହିତ୍ୟର ଅଗ୍ରଣୀ ସାରସ୍ୱତ ସାଧକ ଭାବରେ ବିବେଚନା କରିଥିଲେ। ଉକ୍ତ ଉତ୍ସବରେ ସମ୍ମାନୀତ ଅତିଥିଭାବେ ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ ସାରଳା ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବଦାନ୍ୟ ବ୍ୟକ୍ତି ମାନଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ଛାତ୍ର ବୃତ୍ତି ମାଳତୀ ଦେବୀ ସ୍ୱଣ୍ଣ ପଦକ, ସୁନାମଣୀ ସ୍ମାରକୀ ଛାତ୍ରବୃତ୍ତି, ବାସୁଦେବ ସ୍ମାରକୀ ଛାତ୍ରବୃତ୍ତି, ଇଲାବନ୍ତ ସ୍ମାରକୀ ଛାତ୍ରବୃତ୍ତି, ଡ଼ଃ ହରିଚରଣ ସ୍ମାରକୀ ଛାତ୍ରବୃତ୍ତି, ରାମଚନ୍ଦ୍ର ସାଂସ୍କୃତ ପ୍ରତିଭା ସମ୍ମାନ, ପୁଷ୍ପଲତା ସ୍ୱାଇଁ ସ୍ମାରକୀ ଛାତ୍ରବୃତ୍ତି, ସତ୍ୟଭାମା-ସରୋଜିନୀ କ୍ରୀଡ଼ା ସମ୍ମାନ ଓ ଆଦ୍ୟରମଣୀ ସ୍ମାରକୀ ପୁରସ୍କାର ସ୍ୱରୂପ ଆର୍ଥିକ ରାଶି ଓ ମାନପତ୍ର ଏବଂ ଓଡ଼ିଆ ସାହିତ୍ୟ ସମାଜ ତରଫରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତ୍ତୀ ପ୍ରତିଯୋଗି ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଉତ୍ସବ ପ୍ରାରମ୍ଭରେ ଅଧ୍ୟାପକ ଡ଼. ଅଶୋକ କୁମାର ରାଉତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଉପସଭାପତି ଡ଼. ସୁରଂଜନ ଲେଙ୍କା ବାର୍ଷିକ ବିବରଣୀ ପାଠ କରିଥିଲେ। ଅଧ୍ୟାପକ ସୁମନ୍ତ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ଲେଫ୍ଟନାଣ୍ଟ ଜ୍ଞାନଜ କୁମାର ସାମନ୍ତରାୟ, ପ୍ରାଧ୍ୟାପକ ବିରଞ୍ଚି ନାରାୟଣ ମହାପାତ୍ର, ପ୍ରାଧ୍ୟାପିକା ବୁଷ୍ଣୁ ପ୍ରିୟା ଦାସ, ପ୍ରାଧ୍ୟାପକ କ୍ଷିରୋଦ କୁମାର ଓଝା ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ। ମହାବିଦ୍ୟାଳୟର ମୁଖପାତ୍ର “ଦ୍ୱା-ସ୍ୱପୁର୍ଣ୍ଣା” ପୁସ୍ତକ ଅତିଥିମାନଙ୍କଦ୍ୱାରା ଉନ୍ମୋଚନ କରାଯାଇଥିଲା। ଛାତ୍ର ଅନିଲ କୁମାର ସାହୁଙ୍କୁ ଇଲାବନ୍ତ ରାୟ ଛାତ୍ରବୃତ୍ତୀ ପ୍ରଦାନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top