ଜିଲ୍ଲା ପରିକ୍ରମା

ଆଦାନୀ ଫାଉଣ୍ଡେସନ ଦ୍ୱାରା ‘ଲାଇଫ୍ ସ୍କିଲ’ତାଲିମ ଶିବିର, ୩୫ଟି ବିଦ୍ୟାଳୟର ୭୦ ରୁ ଊଦ୍ଧ୍ୱର୍ ଶିକ୍ଷକଙ୍କ ଯୋଗଦାନ

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆଦାନୀ ଫାଉଣ୍ଡେସନ ଓ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ସ୍କୁଲ’ ଅଭିଯାନର ମିଳିତ ସହଯୋଗରେ ୪ ଦିନ ବ୍ୟାପୀ  ‘ଲାଇଫ୍ ସ୍କିଲ’ ବିଷୟବସ୍ତୁ ଉପରେ ଏକ କର୍ମଶାଳା ଭଦ୍ରକ ଜିଲାର କୁଆମରାସ୍ଥିତ ଆଦାନୀ ଡିଏଭି ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି । ଏହି କର୍ମଶାଳା ୧୦ ଟି ମୌଳିକ ତତ୍ୱ ଉପରେ ପର୍ଯ୍ୟବେଷିତ । ଏଗୁଡ଼ିକ ସ୍ୱୟଂ ସଚେତନତା, ସହାନୁଭୂତି, ସମସ୍ୟା ସମାଧାନ, ନିଷ୍ପତି ନିର୍ଦ୍ଧାରଣ, ପ୍ରଭାବଶାଳୀ ଯୋଗାଯୋଗ, ପାରସ୍ପରିକ ସମ୍ପର୍କ ସୁଦୃଢ କରିବା, ସୃଜନାତ୍ମକ ଚିନ୍ତାଧାରା, ସମାଲୋଚନାତ୍ମକ ଚିନ୍ତାଧାରା, ଭାବନାତ୍ମକ ଚିନ୍ତାଧାରା, ଚାପଗ୍ରସ୍ତ ଚିନ୍ତନ ଆଦି ଏହାର ମୂଳ ବିଷୟବସ୍ତୁ ଥିଲା ।  ଶିକ୍ଷକମାନେ ଗୁଣାତ୍ମକ ଶିକ୍ଷାଦାନ ସହ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ସୃଜନାତ୍ମକ ଚିନ୍ତାଧାରାର ବିକାଶ ସହିତ ଜ୍ଞାନ ଓ କ୍ଷମତା ମଧ୍ୟରେ ସମ୍ପର୍କକୁ ବିଶ୍ଳେଷଣ କରିବାର ସାମର୍ଥ୍ୟ ଯୋଗାଇବ । ଏହି କାର୍ଯ୍ୟକ୍ରମକୁ ଆଦାନୀ ଫାଉଣ୍ଡେସନ ର କର୍ମକର୍ତା ସଂଯୋଜନା କରବା ସହ ଆଦାନୀ ଡିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷା କୃଷ୍ଣପ୍ରିୟା ଷଢଙ୍ଗୀ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଦାନୀ ଡିଏଭି ପବ୍ଲିକ ସ୍କୁଲ ପରିସରରେ ଏକ ଚାରି ଦିନ ବ୍ୟାପୀ ଲାଇଫ୍ ସ୍କିଲ୍ ତାଲିମ କାର୍ଯ୍ୟକ୍ରମ ଶିକ୍ଷକମାନଙ୍କ ନିମନ୍ତେ ଆୟୋଜିତ ହୋଇଥିଲା ଯେଉଁଥିରେ ବନ୍ଦର ପାରିପାଶ୍ୱର୍ିକ ୩୫ ଗୋଟି ବିଦ୍ୟାଳୟର ଅନୂନ୍ୟ ୭୦ ଜଣ ଶିକ୍ଷକ ଯୋଗଦାନ କରିଥିଲେ ଏବଂ ଏହି ତାଲିମ କାର୍ଯ୍ୟକ୍ରମ  ସୂଚିତ ରଞ୍ଜନ ସିଂହ ଙ୍କ ଦ୍ୱାରା ପରିଚାଳିତ ହୋଇଥିଲା  ।  ଆଦାନୀ ଧାମରା ବନ୍ଦର ସାମାଜିକ ଦାୟିତ୍ୱବୋଧ ମୁଖ୍ୟ, ଆଦାନୀ ଫାଉଣ୍ଡେସନ୍, ପ୍ରଧାନଶିକ୍ଷକ, ଆଦାନୀ ଡିଏଭି ପବ୍ଲିକ ସ୍କୁଲ ଏବଂ ଅନ୍ୟ ବିଦ୍ୟାଳୟରୁ ଆସିଥିବା ଶିକ୍ଷକମାନଙ୍କ ର ସଦୟ ଉପସ୍ଥିତିରେ ଏହି ତାଲିମ କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ  ସଂଗ୍ରାମ ସାହୁ ଉଦ୍ଘାଟନ କରିଥିଲେ  ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top