ଜିଲ୍ଲା ପରିକ୍ରମା

ଆଦାନୀ ଡିଏଭି ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ଭଦ୍ରକ, ୧୩ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : କୁଆମରା ଠାରେ ଅବସ୍ଥିତ ଅଗ୍ରଣୀ ତଥା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଆଦାନୀ ଡିଏଭି ପବ୍ଲିକ ସ୍କୁଲର ୬ଷ୍ଠତମ ବାର୍ଷିକ କ୍ରୀଡ଼ା “ଖୋଜ୍-୧୮” ସ୍କୁଲ ପରିସରରେ ଆୟୋଜିତ ହୋଇଯାଇଛି। ସ୍କୁଲ ପ୍ରିନ୍ସପାଲ କୃଷ୍ଣପ୍ରିୟା ଷଢଙ୍ଗୀ ସମସ୍ତ ହାଉସ୍ ଦ୍ୱାରା ଆୟୋଜିତ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। “ଖୋଜ୍-୧୭”ର ବିଜୟୀ ପ୍ରତିଯୋଗୀମାନେ ଏହି ଭବ୍ୟ କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଥିଲେ। ସମସ୍ତ ହାଉସ୍ର ଅଧିନାୟକମାନେ ପ୍ରତିଯୋଗୀଙ୍କୁ ଦଳଗତ ଭାବନା ଏବଂ ସାମ୍ଭାବ୍ୟ ସମନ୍ୱୟ ରକ୍ଷା କରି କ୍ରୀଡ଼ା ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ସକାଳ ୮.୩୦ ମିନିଟ ସମୟରେ ଆରମ୍ଭ ହୋଇଥିଲା। ସ୍କୁଲ ପ୍ରିନ୍ସପାଲ ତାଙ୍କ ଉଦ୍ଘାଟନୀ ଭାଷଣରେ ନିଷ୍ଠାର ସହ କ୍ରୀଡ଼ା ପ୍ରଦର୍ଶନ କରିବା ପାଇଁ ଭଗବାନ କୃଷ୍ଣ ଏବଂ ଅର୍ଜୁନଙ୍କ ଉଦାହରଣ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଖେଳରେ ଭାଗନେବା ସବୁଠୁ ରୁଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ସେ କହିଥିଲେ। ଧାମରା ପୋର୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ସୁବ୍ରତ ତ୍ରିପାଠୀ ଓ ବରିଷ୍ଠ ଅଧିକାରୀ ସ୍କୁଲ ପରିଦର୍ଶନରେ ଯାଇ ବିଜୟୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ସିଏସ୍ଆର୍ ମୁଖ୍ୟ ସୁଭାଷ ରାୟଏହି ଅବସରରେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ଉଦ୍ୟାପନୀ ସମାରୋହରେ ଉପସ୍ଥିତ ଥିଲେ। ସିଇଓ ତ୍ରିପାଠୀଙ୍କ ପ୍ରେରଣାଦାୟୀ ଉଦବୋଧନ କ୍ରୀଡ଼ାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ବେଶ୍ ପ୍ରେରଣା ଦେଇଥିଲା। ଏହି କ୍ରୀଡ଼ା ଉତ୍ସବରେ ‘ଯମୁନା ହାଉସ୍’ ସର୍ବାଧିକ ପଏଂଟ ହାସଲ କରି ବିଜୟୀ ହୋଇଥିଲା। ‘ମହାନଦୀ ହାଉସ୍’ ରନର୍ସଅପ୍ ହୋଇ ଦ୍ୱିତୀୟସ୍ଥାନ ହାସଲ କରିଥିଲାବେଳେ ନିରପେକ୍ଷ କ୍ରୀଡ଼ା ପ୍ରଦର୍ଶନରେ ‘ଗଙ୍ଗାହାଉସ’୍ଏବଂଶୃଙ୍ଖଳାଗତ କ୍ରୀଡ଼ାରେ ‘କାବେରୀ ହାଉସ୍’ ପୁରସ୍କୃତ କରାଯାଇଥିଲା। ଦଶମ ଶ୍ରେଣୀ ଛାତ୍ର କୁମାର ବିଶ୍ୱଶାନ୍ତିଙ୍କୁ ପ୍ରେରଣାଦାୟୀ ହାଉସ୍ଲିଡ଼ର ଭାବେ ଟ୍ରଫି ପ୍ରଦାନ କରାଯାଇଥିଲା। ଆକାଂକ୍ଷା ଦାସଙ୍କୁ ବରିଷ୍ଠଛାତ୍ରୀ ଦଳର ବିଜୟୀ ଟ୍ରଫି ଏବଂ କରନ କୁମାରଙ୍କୁ ବରିଷ୍ଠ ଛାତ୍ର ଦଳର ବିଜୟୀ ଟ୍ରଫି ପ୍ରଦାନ କରାଯାଇଥିଲା। ସ୍କୁଲରେ କ୍ରୀଡ଼ାର ଏପରି ବାତାବରଣ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ କ୍ରୀଡ଼ା କ୍ଷେତ୍ରରେ ପ୍ରତିଷ୍ଠିତ କରିବା ପାଇଁ ଦିଗ୍ଦର୍ଶନ ଯୋଗାଇବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top