ଆଦର୍ଶ ଶିକ୍ଷକ ୰ କାଶୀନାଥ ସାମଲଙ୍କ ଶ୍ରଦ୍ଧାଞ୍ଜଳି ସଭା

ଭଦ୍ରକ,୧୬ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଦର୍ଶ ପ୍ରାଥମିକ ଶିକ୍ଷକ ୰ କାଶୀନାଥ ସାମଲଙ୍କ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ନିଜ ବାସଭବନ କୋଡବରୁଆଁଠାରେ ବିଶିଷ୍ଟ ଶିକ୍ଷାବିତ୍ ଉମାକାନ୍ତ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅଧ୍ୟାପକ ଶିବ ପ୍ରସାଦ ଖାମୁରାଇ ମୁଖ୍ୟଅତିଥି, ବ୍ୟାଙ୍କ ଅଫିସର ଦୀନବନ୍ଧୁ ମହାରଣା ମୁଖ୍ୟବକ୍ତା ଏବଂ ଡା. ଅନୀକୁ କୁମାର ଦାଶ, ଚିତ୍ତରଂଜନ ଦାସ, ଅନନ୍ତ ଚରଣ ନାୟକ ସମ୍ମାନିତ ବକ୍ତା ଭାବେ ଯୋଗଦେଇଥିଲେ । ୰ କାଶୀନାଥ ସାମଲଙ୍କ ଫଟୋଚିତ୍ରରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସଭାକୁ ମୁଖ୍ୟଅତିଥି ଉଦ୍ଘାଟନ କରାଇଥିଲେ । ଦିବଂଗତ ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାର ଆବାହକ ରାଜକିଶୋର ଦାସ ୰ କାଶୀନାଥ ସାମଲଙ୍କ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏବଂ ସେ ଜଣେ ଦାୟିତ୍ୱବାନ ଆଦର୍ଶ ପ୍ରାଥମିକ ଶିକ୍ଷକ ଭାବେ ଥିଲେ ବୋଲି ଦର୍ଶାଇଥିଲେ । ଗୀତିକାର କାର୍ତ୍ତିକ ଚନ୍ଦ୍ର ରାଉଳ ଏକ ଭକ୍ତି ସଂଗୀତ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରୁ ଶିକ୍ଷକ ରାମଚନ୍ଦ୍ର ବେହେରା, ପଦ୍ମଲୋଚନ ବାରିକ, ରବି ରାଉତ, ଅଶୋକ ଦାସ, ନିରଂଜନ ନାୟକ, ମହେନ୍ଦ୍ର ଜତି ପ୍ରମୁଖ ଦିବଂଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ୰ ସାମଲ ଜଣେ ଆଦର୍ଶ ଛାତ୍ରବସôଳ ପ୍ରାଥମିକ ଶିକ୍ଷକ ଥିଲେ । ପ୍ରାଥମିକ ଶିକ୍ଷକ ହେଉଛନ୍ତି ଦେଶର ମେରୁଣ୍ଡ ଓ ସେମାନେ ରାଷ୍ଟ୍ରନିର୍ମାଣ କରିବାରେ ମୂଳଦୁଆ ସ୍ଥାପନ କରିଥାନ୍ତି ବୋଲି ସଭାପତି ତାଙ୍କ ଅଭିଭାଷଣରେ ମତ ରଖିଥିଲେ । ୰ ସାମଲଙ୍କ ପୁତ୍ର ଧ୍ରୁବ ସାମଲ ଓ ରମାକାନ୍ତ ସାମଲ ପ୍ରମୁଖ  ମଂଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *