ଜିଲ୍ଲା ପରିକ୍ରମା

ଆଦର୍ଶ ଶିକ୍ଷକ ନୀଳମଣି ସାର୍ ଙ୍କୁ ଅଶୃଳ ବିଦାୟ

ଭଦ୍ରକ, ୨୬ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକର ଜଣାଶୁଣା ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ତଥା ଲେଖକ, ନାଟ୍ୟ ନିର୍ଦ୍ଦେଶକ, ସମାଜସେବୀ ନୀଳମଣି ରାଉତଙ୍କର ୮୨ ବର୍ଷ ବୟସରେ ଭୁବନେଶ୍ୱରରେ ତାଙ୍କ ସାନ ପୁତ୍ର ପ୍ରସନ୍ନ ରାଉତଙ୍କ ପାଖରେ ଚିକିତ୍ସିତ ହେଉଥିବା ବେଳେ ପରଲୋକ ହୋଇଯାଇଛି। ତାଙ୍କ କର୍ମଭୂମି ବିଷ୍ଣୁପୁର ପଞ୍ଚାୟତର ହସନପୁର ସ୍କୁଲ ଠାରେ ତାଙ୍କ ମରଶରୀର ପହଞ୍ଚିବା ପରେ ଶହ ଶହ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମବାସୀ ତାଙ୍କ ଶବକୁ ପୋଛୋଟି ନେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ସମୟରେ ନୀଳମଣି ସାର୍ ଅମର ରହେ ଧ୍ୱନୀରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଯାଇଥିଲା। ପରେ ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ବିଷ୍ଣୁପୁର ଓ କଲେଇ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରାଯାଇଥିଲା। ତାଙ୍କ ଦେହାନ୍ତରେ ତାଙ୍କ ସହପାଠୀ ବିଦଶୟକ ଯୁଗଳ କିଶୋର ପଟ୍ଟନାୟକ ଗଭୀର ଶୋକ ପ୍ରକଟ କରିଛନ୍ତି। ତାଙ୍କ ଶବ ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ତାଙ୍କ ସମ୍ପର୍କୀୟ ଓ ପରିବାରର ସୁରେନ୍ଦ୍ର ରାୟ, ଜଗନ୍ନାଥ ରାୟ, ଶିକ୍ଷକ ନେତା ବାବୁଲା ରାଉତ, ଭଦ୍ରକ ବ୍ଲକ ଉପାଧ୍ୟକ୍ଷା ଜ୍ୟୋତ୍ସ୍ନାମଞ୍ଜରୀ ରାଉତ, ନାଟ୍ୟଶ୍ରୀ ନିର୍ମଳ ରାଉତ, ପ୍ରଶାନ୍ତ ରାଉତ, ଜୟଦେବ ମିଶ୍ର, ନାରାୟଣ ଚନ୍ଦ୍ର ଲେଙ୍କା, ଶିକ୍ଷୟତ୍ରୀ ତଥା କନ୍ୟା ଝାନ୍ ସୀ ରାଣି ରାଉତ, ରାଜେନ୍ଦ୍ର ଦାସ, ଜିଲ୍ଲା ପରିଷଦ ସଭ୍ୟ ସରୋଜ ନାୟକ, ରାଜକିଶୋର ରାଉତରାୟ, ବିଜୟ କୁମାର ରାଉତରାୟ, ଅଭୟ ରାଉତ, ଯୁବନେତା ତୁଷାରକାନ୍ତି ପରିଡା, ପୂର୍ବତନ ସରପଞ୍ଚ ପୁରୁଷୋତ୍ତମ ବାରିକ୍, ଜଗନ୍ନାଥ ବେହେରାଙ୍କ ସମତେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ପୁତ୍ର ପ୍ରଦିପ ରାଉତ ମୁଖାଗ୍ନି ଦେଇଥିବା ବେଳେ ପୁତ୍ର ପ୍ରଭାତ ରାଉତ, ପ୍ରତାପ ରାଉତ, ପ୍ରକାଶ ରାଉତ, ନିରଞ୍ଜନ ରଉତ, ସରପଞ୍ଚ ପ୍ରଦିପ ବେହେରା, ରାମଚନ୍ଦ୍ର ରାଉତଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ତାଙ୍କୁ ଶେଷ ପ୍ରଣାମ ଜଣାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top