ଆଦର୍ଶ ଶିକ୍ଷକଙ୍କ ପରଲୋକରେ ଜିଲ୍ଲାବ୍ୟାପି ଶୋକ

ଭଦ୍ରକ,୧୪ା୯ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା ରାମପୁର ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ନାୟକଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି  । ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଲକ୍ଷ୍ମୀଧର ନାୟକଙ୍କର ତାଙ୍କ ବାସଭବନରେ ୭୮ବର୍ଷ ବୟସରେ ମୃତୁ୍ୟ ହୋଇଛି  । ସେ କେବଳ ଜଣେ ଆଦର୍ଶ ଶିକ୍ଷକ ନଥିଲେ ଜ୍ୟୋତିଷବିଦ୍ୟା ଓ ଶିଳ୍ପ ଶାସ୍ତ୍ରରେ ତାଙ୍କର ଅଗାଧ ଜ୍ଞାନ ରହିଥିଲା । ତାଙ୍କର ମୃତୁ୍ୟ ଖବର ପାଇ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ସଂଘର ସଭାପତି ବସନ୍ତ ମଲ୍ଲିକ, ସାଧାରଣ ସଂପାଦକ ହିମାଂଶୁ ଦାସ, ଅଶୋକ ମିିଶ୍ର ଓ ଦେବାଶିଷ ପାଣିଙ୍କ ସମେତ ରାମକୃଷ୍ଣପୁର ଓ ରାମପୁର ପଞ୍ଚାୟତର ସରପଞ୍ଚ ମାଲିରାମ ବେହୁରିଆ, ସମିତି ସଭ୍ୟ ସୋନୁ ମହାନ୍ତି, ଗିରିଧାରି ସାହୁ, ପାର୍ଥସାରଥି ପଣ୍ଡା, ସନାତନ ମିଶ୍ର, କାଳନ୍ଦି ସେଠୀ, ବୁଦ୍ଧିରାମ ନାୟକ, ପ୍ରତାପ ବେହୁରିଆ, ସନ୍ତୋଷ ରାଉତ, ଜିତେନ୍ଦ୍ର ନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ  । ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟଙ୍କର ସଭାପତି ରଘୁନାଥ ଲେଙ୍କା, ବ୍ୟାଙ୍କର ନିଦେ୍ର୍ଦଶକ ହେମନ୍ତ ପାଢୀ, ସଂପାଦକ ସୁରେଶଚନ୍ଦ୍ର ଦାସ, ପ୍ରକଳ୍ପ ଅଧିକାରୀ ରବିନ୍ଦ୍ର ପୁହାଣ ପ୍ରମୁଖ ତାଙ୍କ ମୃତୁ୍ୟରେ ଏକ ଶୋକବାର୍ତ୍ତା ଦେଇ ପରିବାରଙ୍କୁ ସମବେଦନ ଜ୍ଞାପନ କରିଛନ୍ତି । ମୃତୁ୍ୟ ସମୟରେ ତାଙ୍କ ନିକଟରେ ବାଲେଶ୍ୱର-ଭଦ୍ରକ ସମବାୟ ବ୍ୟାଙ୍କର ଶାଖା ପରିଚାଳକ ତଥା ଜ୍ୟେଷ୍ଠପୁତ୍ର ଅଶ୍ୱିନୀ କୁମାର ନାୟକ, ଶୁଷାନ୍ତ କୁମାର ନାୟକ, ପ୍ରଶାନ୍ତ କୁମାର ନାୟକ, ଜ୍ୱାଇଁ ବ୍ରଜଗୋବିନ୍ଦ ନାୟକ, ଭଣଜା ହରିହର ନାୟକ, ବିଶ୍ୱମ୍ବର ନାୟକ, ତାପସ ନାୟକ, କୁଟିଆ ନାୟକ, ତିନି ବୋହୂ, ଝିଅ ଓ ନାତି-ନାତୁଣୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *