ଜଗତସିଂହପୁର

ଆଦର୍ଶ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ତିର୍ତ୍ତୋଲ, ୨୨.୦୬ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରା ପଞ୍ଚାୟତ ବାଁବରଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ସ୍ୱାଇଁଙ୍କୁ ଆଦର୍ଶ ଶିକ୍ଷକ ଭାବେ ସମ୍ବର୍ଦ୍ଧନା କରାଯାଇଛି। ତ୍ୟାଗ, ଅଦର୍ଶ, ଛାତ୍ର ବତ୍ସଳ, କାର୍ଯ୍ୟଧାରାରେ ସ୍ୱଚ୍ଛତା ସ୍ପଷ୍ଟ ବାଦିତା, ବିଦ୍ୟାଳୟର ବିଭିନ୍ନ ସହ ଶୈଖିକ କାର୍ଯ୍ୟରେ ଯଥା କ୍ରିଡା, ବକ୍ତୃତା, ସାଧାରଣ ଜ୍ଞାନ, ପ୍ରତିଯୋଗୀତା, ସଂଗୀତ, ଚିତ୍ରାଙ୍କନ ଓ ସରକାରୀ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ସକ୍ରିୟ ଅଂଶ ଗ୍ରହଣ କରାଇବାରେ ଶ୍ରୀଯୁକ୍ତ ସ୍ୱାଇଁ ଏକ ପ୍ରମୁଖ ଭୂମିକା ନେଉଥିବା ବେଳେ ନାଉଗାଁ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସ୍କୃତି ପରିଷଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ସହିତ ବିରିଡି ବ୍ଲକର ଶୈଳବାଳା ରାୟ, କୁଜଙ୍ଗ ବ୍ଲକର ଅଶୋକ କୁମାର ସ୍ୱାଇଁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ଶ୍ରୀ ଜଗନ୍ନାଥ ସାହିତ୍ୟ, ସଂସ୍କୃତି ପରିଷଦ ଶିଶୁମଠ ନାଉଗାଁର ସଂପାଦକ ବାମଦେବ ସ୍ୱାଇଁଙ୍କ ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂ ଚାଳିତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁଧାକର ଦାଶ ଯୋଗଦେଇ ପ୍ରତିଭାଧାରୀଙ୍କୁ ଉପଢୈକନ, ପୁଷ୍ପଗୁଚ୍ଛ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top