ଆଦର୍ଶ ମୁଖ୍ୟମନ୍ତ୍ରୀର ବାହାବା ନେଉଥିବା ନବୀନ ବାବଙ୍କୁ କୁନ୍ଦୁଲି ଗଣ ଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟାର ଉତର ଦେବାକୁ ପଡିବ – ଧର୍ମେନ୍ଦ୍ର ପ୍ରଧାନ

– ସରକାରଙ୍କର ଏହି ଦାୟିତ୍ୱହୀନ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ
– ନବୀନ ବାବୁଙ୍କର ସମ୍ବେଦନହୀନତା କେତେ ଦିନ ଚାଲିବ ?
– ଯେତେବେଳେ ବ୍ୟକ୍ତିଗତ ସମବେଦନା ଶେଷ ହୋଇ ଯାଏ ସେତେବେଳେ ଏପରି ଘଟଣା ଦେଖିବାକୁ ମିଳେ
– ଯେପରି ଭାବେ ଏହି ମାମଲାକୁ ରାଜ୍ୟ ସରକାର ପରିଚାଳନା କଲେ ଏଥିରେ ମାନସିକ ଗ୍ଲାନିରେ ହୁଏ ତ ଝିଅଟି ଆତ୍ମହତ୍ୟା କଲା
– ସରକାର ଟିକେ ସମ୍ବେଦନଶୀଳ ହୋଇଥିଲେ ଏହି ଦୁଃଖଦାୟକ ଘଟଣାକୁ ଏଡାଇ ଦିଆ ଯାଇ ପାରିଥାନ୍ତା

ନୂଆଦିଲ୍ଲୀ, ଭୁବନେଶ୍ୱର, ୨୨ ଜାନୁଆରୀ (ଓଡ଼ିଆ ପୁଅ) – ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ବେସରକାରୀ ଅନୁଷ୍ଠାନରୁପ ପୁରସ୍କାର ନେଇ ବାହା ବାହା ନେଉଥିବା ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ କୁନ୍ଦୁଲି ଗଣ ଦୁଷ୍କର୍ମ ପୀଡିତାଙ୍କ ଆତ୍ମ ହତ୍ୟା ମାମଲାର ଉତର ଦେବାକୁ ପଡିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏହି ମାମଲାରେ ରାଜ୍ୟ ସରକାର ସମ୍ବେଦନହୀନତାର ପରାକାଷ୍ଠା ଦେଖାଇଛନ୍ତି ବୋଲି ସେ କହିବା ସହ ସରକାରଙ୍କର ଏହି ଦାୟିତ୍ୱହୀନ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି।

ନିଜକୁ ଏକ ନମ୍ବର, ସର୍ବଶ୍ରେଷ୍ଠ ଓ ଆଦର୍ଶ ମୁଖ୍ୟମନ୍ତ୍ରୀ ହେବାର ଡିଣ୍ଡିମ ପିଟୁଥିବା ନବୀନ ବାବୁଙ୍କର ସମ୍ବେଦନହୀନତା କେତେ ଦିନ ଚାଲିବ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ବ୍ୟକ୍ତିଗତ ସମବେଦନା ଶେଷ ହୋଇ ଯାଏ ସେତେବେଳେ ଏପରି ଘଟଣା ଦେଖିବାକୁ ମିଳେ। ଏହି ଆତ୍ମହତ୍ୟା ଘଟଣା ପରେ କମ ସେ କମ ସରକାରଙ୍କୁ ଚେତା ପଶୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି ଯେ ବୋଧ ହୁଏ ଏହି ଦୁଃଖଦାୟକ ଘଟଣାକୁ ସରକାର ଟିକେ ସମ୍ବେଦନଶୀଳ ହୋଇଥିଲେ ଏଡାଇ ଦିଆ ଯାଇ ପାରିଥାନ୍ତା।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେପରି ଭାବେ ଏହି ମାମଲାକୁ ରାଜ୍ୟ ସରକାର ପରିଚାଳନା କଲେ ଏଥିରେ ମାନସିକ ଗ୍ଲାନିରେ ହୁଏ ତ ଝିଅଟି ଆତ୍ମହତ୍ୟା କଲା।

ଓଡିଆ ଜନ ଭାବନାକୁ ମୁଖ୍ୟମନ୍ତ୍ରୀ କେତେ ବୁଝୁ ଛନ୍ତି ତାହା ସେ କହି ପାରିବେ ନାହିଁ। ମାତ୍ର ଏପରି ଘଟଣାଗୁଡିକ ଓଡିଆ ଜନ ଭାବନାକୁ ଆହତ କରିଛି। (ଫାଇଲ ଫଟୋ)

Leave a Reply

Your email address will not be published. Required fields are marked *