ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ୟାପିତ

ପାରଳାଖେମୁଣ୍ଡି, ୨୭ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଯୁକ୍ତ୨ ମହିଳା ମହାବିଦ୍ୟାଳୟ ପରିସରରେ ଚାଲୁରହିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ୟାପିତ ହୋଇଯାଇଛି। ଏହି ତାଲିମ ଶିବିର ଗତ ଜାନୁଆରୀ ୨୯ତାରିଖ ଠାରୁ ଆରମ୍ଭ ହୋଇ ୩ଟି ପର୍ଯ୍ୟାୟରେ ଉଦ୍ୟାପିତ ହୋଇଛି। ପ୍ରତି ପର୍ଯ୍ୟାୟରେ ମହାବିଦ୍ୟାଳୟର ୧୦୦ଜଣ ଛାତ୍ରୀ ଆତ୍ମ ସୁରକ୍ଷା ପାଇଁ ତାଲିମ ହାସଲ କରିଛନ୍ତି। ଉଦ୍ୟାପନି ଉତ୍ସବରେ ଡିଏଲସି ଡ.ଶଙ୍କର ପ୍ରସାଦ ବକ୍ସି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିବର୍ତ୍ତିତ ସମୟରେ ଛାତ୍ରୀମାନଙ୍କ ପାଇଁ ନିଜର ଆତ୍ମ ସୁରକ୍ଷା କୌଶଳ ଶିଖିବା ନିହାତି ଜରୁରୀ ହୋଇପଡିଛି ବୋଲି କହିଥିଲେ। ଏହି କୌଶଳ ଶିଖିବା ଦ୍ୱାରା ଯେକୌଣସି ଛାତ୍ରୀ ନିଜର ସୁରକ୍ଷା କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷା ଯୋଗାଇବାରେ ସହାୟକ ହୋଇପାରିବେ ବୋଲି ଆଲୋଚନା ହୋଇଥିଲା। ଏହି ତାଲିମ ଶିବିରରେ ପ୍ରଶିକ୍ଷକ ଭାବେ ଇତିରାଣି ନାୟକ ଓ ଜସ୍ମିନ ଶବର ଯୋଗ ଦେଇ ସମସ୍ତଙ୍କୁ ସୁଚାରୁ ରୁପେ ତାଲିମ ପ୍ରଦାନ କରିଥିଲେ। ଉଦ୍ୟାପନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟରେ ଅଧ୍ୟକ୍ଷା ଡ.ଅରୁଣା ସାମଲ, କ୍ରୀଡା ଅଧ୍ୟାପିକା ବିଜୟଲକ୍ଷ୍ମୀ ପଣ୍ଡା, ଗୁରୁ ରଘୁନାଥ ପାତ୍ର ପ୍ରମୁଖଙ୍କ ସହ ମହାବିଦ୍ୟାଳୟର ଅନ୍ୟାନ୍ୟ ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *