ଜିଲ୍ଲା ପରିକ୍ରମା

ଆତ୍ମହୁତି ଦେବେନାହିଁ ନରସିଂହ

ପୁରୀ, ୨୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଶ୍ରୀମନ୍ଦିର ରତ୍ନ ଭଣ୍ଡାର ସ୍ୱର୍ଣ୍ଣ ଅଳଙ୍କାର ଆକଳନ ହେବ ନାହିଁ। ରତ୍ନଭଣ୍ଡାର ସବ କମିଟି ବୈଠକରେ ଏହି ନିଷ୍ପତି ପରେ ଇଛାମୃତ୍ୟୁ ପାଇଁ ଉପଜିଲ୍ଲାପାଳ ଓ ଠାକୁରଙ୍କ ନିକଟରେ ଆବେଦନ କରିଥିବା ବରିଷ୍ଠ ସେବାୟତ ନରସିଂହ ପୁଜାପଣ୍ଡା ସାମନ୍ତ ନିଜ ନିଷ୍ପତିରୁ ଓହରିଛନ୍ତି। ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାଗଲେ ସେ ଆତ୍ମାହୁତି ଦେବେ ବୋଲି ପ୍ରଥମେ ଚେତାବନୀ ଦେଇଥିଲେ। ପରେ ଇଛାମୃତ୍ୟୁ ପାଇଁ ଉପଜିଲ୍ଲାପାଳ ନିକଟରେ ଆବେଦନ କରିଥିଲେ। ଏହାକୁ ସମସ୍ତ ରାଜନୈତିକ ଦଳ ଓ ଶ୍ରୀ ଜଗନ୍ନାଥ ସେନା ସମର୍ଥନ କରିଥିଲେ। ତେବେ ରତ୍ନ ଭଣ୍ଡାର ଅଳଙ୍କାର ଗଣତି ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କଲାପରେ ନରସିଂହ ଇଛାମୃତ୍ୟୁ ନିଷ୍ପତିରୁ ଓହରିଛନ୍ତି। ସିଂହଦ୍ୱାର ନିକଟରେ ଦୀପଦାନକରି ମହାପ୍ରଭୁଙ୍କ ଇଛାରେ ଏହାସବୁ ହେଲାବୋଲି କହିଛନ୍ତି ନରସିଂହ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top