ଆତଙ୍କବାଦୀଙ୍କ ଆକ୍ରମଣରେ ୫ ସହୀଦ ଜବାନଙ୍କୁ ଅଶ୍ରୃଳ ଶ୍ରଦ୍ଧାଜଂଳି ଜଣାଇଲେ ମହେଶ୍ୱରୀ ଯୁବକ ସଂଗଠନ

ମାଲକାନଗିରି, ୨ା୧ (ଓଡିଆ ପୁଅ ) ସମଗ୍ର ଦେଶ ୧ତାରିଖକୁ ନୁଆବର୍ଷ ଭାବେ ପାଳନ କରି ଭୋଜିଭାତ ନୃତ୍ୟ ସଂଗୀତ ମଉଜମଜଲିସ କରୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ମହାଶ୍ୱରୀ ଯୁବସଂଗଠନ ଏହି ନୂଆବର୍ଷକୁ ମଉଜମଜିଲିସ ରେ ପାଳନ ନକରି ସହିଦ ଯବାନଙ୍କୁ ଅଶ୍ରୃଳ ଶ୍ରଦ୍ଧାଜଂଳି ଜଣାଇଛନ୍ତି। ଗତ ୩୧ତାରିଖରେ ଜାମୁକାଶ୍ମୀରର ପୁଲଓ୍ୟାମ ସିଆରପିଏଫ କ୍ୟାମ୍ପ ଉପରେ ପାକିସ୍ଥାନୀ ଆତଙ୍କ ବାଦିଙ୍କ ଆକ୍ରମଣରେ ଓଡିଶାର ରାଇରଙ୍ଗପୁର ରୁ ପ୍ରଦୀପପଣ୍ଡାଙ୍କ ସହ ୫ଜଣ ଜବାନ ସହିଦ ହୋଇଥିଲେ। ଦେଶପାଇଁ ପ୍ରାଣବଳୀ ଦେଇଥିବା ଏହି ଆମର ସହିଦ ଜବାନ ମାନଙ୍କ ପାଇଁ ଜିଲ୍ଲା ମହେଶ୍ୱରୀ ଯୁବକ ସଂଗଠନ ପକ୍ଷରୁ ନୁଆବର୍ଷ ୧ତାରିଖ ରାତ୍ରରେ ମାଲକାନଗିରି ଜିଲ୍ଲାସଦର ମହକୁମା ବାଲିମେଳା ଛକ ଠାରେ ଏକ କ୍ୟାଣ୍ଡଲ ସୋଭାଯାତ୍ରା ସହ ଶୋକସଭାର ଆୟୋଜନ କରାଯାଇଥିଲା।

ମହେଶ୍ୱରୀ ସଂପ୍ରଦାୟର ଶତାଧିକ ମହିଳା, ପୁରୁଷ ଓ ଯୁବସଂଗଠନର ଯୁବକ, ଯୁବତୀ ମାନଙ୍କ ସହିତ ସହରର ଅନ୍ୟାନ ବର୍ଗର ବ୍ୟକ୍ତି ବିଶେଷ ମେନେ ଯୋଗଦେଇ ସହିଦ ଯବାନଙ୍କ ଅମରଆତ୍ମାର ସଦଗତି ନିମନ୍ତେ ଦୁଇମିନିଟ ନିରବ ପ୍ରାର୍ଥନା ସହ ଦୀପ, ଧୁପ ଓ କ୍ୟାଣ୍ଡେଲ ଜାଳି ଅଶ୍ରୃଳ ଶ୍ରଦ୍ଧାଜଂଳି ଜଣାଇଥିଲେ।ଏହି ଶ୍ରଦ୍ଧାଜଂଳି ସଭାରେ ମହେଶ୍ୱରୀ ଯୁବକ ସଂଗଠନର ସଭାପତି ବିନୋଦ ତାଓ୍ୟାରୀ, ରାଉଲ ତାଓ୍ୟାରୀ, ମନୋଜରାଠି, ଶ୍ୱରବ ଗାନ୍ଧି, ମହେଶ କେଲା, ସୁରେସ କେଲା, କମଲ ତାଓ୍ୟାରୀ, ଓମପ୍ରକାଶ ତାଓ୍ୟାରୀ, ସାମ୍ବାଦିକ ରତ୍ନାକରଦାଶ, ବିଷ୍ଣୁ ପ୍ରସାଦ ମିଶ୍ର, ଜି.ଶ୍ରୀନିବାସ ରାଓ(ଚିଟିବାବୁ), ସବ୍ୟସଚି ପାତ୍ର ଙ୍କ ସହିତ ମହେଶ୍ୱରୀ ବାଳିକା ମଣ୍ଡଳୀର ବାଳିକା ଓ ମହିଳା ମାନେ ଯୋଗଦେଇ ଦେଶାତ୍ମକ ବୋଧ ସଂଗୀତ ଗାନକରି ବା ସହ ବୀରସହିଦ ଜବାନ ଅମର ରହେ, ଭାରତ ମାତାକି ଜୟ, ବନ୍ଦେ ମାତାରାମ ନାରା ପକାଇଥିଲେ।

Leave a Reply

Your email address will not be published. Required fields are marked *