ଓଡ଼ିଶା

ଆତଙ୍କବାଦୀ ଆକ୍ରମଣରେ ଜବାନ ପ୍ରଦୀପ ପଣ୍ଡାଙ୍କ ବଳିଦାନରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର ତା ୦୧/୦୧ (ଓଡ଼ିଆ ପୁଅ) : ଜାମ୍ମୁ କାଶ୍ମୀରର ଆତଙ୍କବାଦୀ ଆକ୍ରମଣରେ ଓଡିଆ ଜବାନ ପ୍ରଦୀପ ପଣ୍ଡାଙ୍କ ବଳିଦାନରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଅଂଚଳର ସ୍ୱର୍ଗତ ପ୍ରଦୀପ ପଣ୍ଡା ସିଆରପିଏଫ୍ ୧୩୨ ବାଟାଲିଆନରେ ଜବାନ ଭାବେ କାର୍ଯ୍ୟ କରୁଥିବାବେଳେ ଗତ ରବିବାର ଦିନ ଜାମ୍ମୁ କାଶ୍ମୀରଠାରେ ଆତଙ୍କବାଦୀଙ୍କ ଗୁଳିରେ ଶହିଦ ହୋଇଛନ୍ତି। ସ୍ୱର୍ଗତ ପଣ୍ଡାଙ୍କ ସହିଦରେ ଉଭୟ ଶ୍ରୀ ପଣ୍ଡା ଓ ଶ୍ରୀ ସିଂହଦେଓ ଦୁଃଖ ପ୍ରକାଶ କରି ଶୋକସନ୍ତପ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇବା ସହ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top