ଆନ୍ତର୍ଜାତୀୟ

ଆତଙ୍କବାଦୀଙ୍କ ଆକ୍ରମଣ: ୨୪ମୃତ, ୫୦ ରୁ ଅଧିକ ଆହତ

ଇରାନ୍ ୨୨-୯ (ଓଡ଼ିଆ ପୁଅ) ଆତଙ୍କବାଦୀମାନଙ୍କର ଏକ ସମୂହ ଅହବାଜ ସହରରେ ପ୍ୟାରେଡ୍ ଚାଲିଥିବା ବେଳେ ସେନାଙ୍କ ଉପରେ ହମଲା କରିଛନ୍ତି। ଏହି ପ୍ୟାରେଡ୍ ସଦ୍ଦାମ ହୁସୈନଙ୍କର ଇରାକରେ ୧୯୮୦ ଆରମ୍ଭ ହୋଇଥିବା ଯୁଦ୍ଧର ସ୍ମରଣରେ ଆୟୋଜିତ କରାଯାଇଥିଲା। ଶନିବାରଦିନ ସକାଳେ ସେନାର ପ୍ୟାରେଡ୍ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୨୪ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଯବାନ, ମହିଳା ଏବଂ ଶିଶୁ ଅଛନ୍ତି ବୋଲି ନ୍ୟୁଜ ଏଜେନ୍ସି ଆଇଆରଏନ୍ଏ ତରଫରୁ ଜଣାପଡ଼ିଛି। ଆହତମାନଙ୍କୁ ଚିକିତ୍ସା କରାଇବା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣରେ କେହି ନିଜକୁ ଦାୟୀ କରିନାହାଁନ୍ତି।

ସୂଚନା ଅନୁସାରେ, ଇରାନ୍ ରେ ଶନିବାର ସକାଳେ ସେନାର ପ୍ୟାରେଡ୍ ଚାଲୁଥିଲା। ଏହି ସମୟରେ ଦୁଇ ଆତଙ୍କବାଦୀ ସେନାଙ୍କର ପୋଷାକରେ ମୋଟର ସାଇକେଲରେ ସେଠାରେ ପହଁଞ୍ଚିଲେ ଏବଂ ଅନ୍ଧାଧୁନ୍ଧ ଗୁଳିଚାଳନା ଆରମ୍ଭ କରିଦେଇଥିଲେ। ଏହି ଗୁଳିକାଣ୍ଡରେ ୨୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ପୁଲିସ କହିଛି କି ମୃତକଙ୍କର ସଂଖ୍ୟା ବଢ଼ିପାରେ।

ସରକାରୀ ଟେଲିଭିଜନ୍ ବିନା ବିସ୍ତୃତ ସୂଚନା ଦେଇ କହିଛି କି ଆତଙ୍କବାଦୀମାନଙ୍କର ଏକ ସମୂହ ଅହବାଜ ସହରରେ ପ୍ୟାରେଡ୍ ଚାଲିଥିବା ବେଳେ ସେନାଙ୍କ ଉପରେ ହମଲା କରିଛନ୍ତି। ଏହି ପ୍ୟାରେଡ୍ ସଦ୍ଦାମ ହୁସୈନଙ୍କର ଇରାକରେ ୧୯୮୦ ଆରମ୍ଭ ହୋଇଥିବା ଯୁଦ୍ଧର ସ୍ମରଣରେ ଆୟୋଜିତ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top