ଆତଙ୍କବାଦର ଭିନ୍ନ ଏକ ରୂପ “ଜଳବନ୍ଦୀ”

(“ନୀରବ ସହର” ରାଜଧାନୀ ଭୁବନେଶ୍ବର କଅଣ ସତରେ ନୀରବ ! )

– ବିଦ୍ୟାଧର ନାୟକ
ଖବରକାଗଜ ଓ ଟେଲିଭିଜନରେ ହାଉଯାଉ ଖବର, ଭିଡିଓ କନ୍ଫରେନ୍ସିଂରେ ଜଣେ ଅନ୍ୟଜଣକୁ ନିଜ ନିଜ ଜଳବନ୍ଦୀର ଅକାଳ ଓ ବିକଳ ପରିସ୍ଥିତିର ଅବସ୍ଥା ଅବଗତ କରାଇବା ଚିତ୍ରର ଆଦାନପ୍ରଦାନ ଓ ସୋସିଆଲ ମିଡିଆରେ ବାଃ ବାଃ ରେ ସ୍ମାର୍ଟ ସିଟି ଭୁବନେଶ୍ୱରର ଅଟ୍ଟହାସ୍ୟ। ସରକାରଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ନେଇ ଜଳବନ୍ଦୀରୁ ମୁକ୍ତ କରିବାର ବାହାସ୍ପୋଟର ଅନ୍ତରାଳରେ ତ୍ରୁଟି ଖୋଜାଚାଲିଛି। ବିଭିନ୍ନ ବିଭାଗ ପରସ୍ପର ଉପରେ ଦୋଷ ଲଦି ନିଜକୁ ପ୍ରଥମେ ଜଳବନ୍ଦୀରୁ ମୁକ୍ତି ଚାହୁଁଥିବାବେଳେ ଅନତି ଦୂରରୁ ଭାରତର ପ୍ରାକୃତିକ ଦୈନନ୍ଦିନ ଜୀବନକୁ ଅସ୍ତବ୍ୟସ୍ତ ଦେଖି ଭାରତବିରୋଧୀ ଶକ୍ତି ଖୁବ୍ ଆନନ୍ଦର ସହିତ ମିଶନ ସଫଳତାର ପର୍ବ ପାଳନ କରୁଛି।

ଏକ ଦୀର୍ଘମିଆଦୀ ଯୋଜନା ମୁତାବକ ପ୍ରଥମେ ଦଳବଦ୍ଧ ଭାବରେ ବାଂଲାଦେଶରୁ ସ୍ଥାନାନ୍ତରଣ, ନଦୀ ଓ ଗ୍ରାମମାନଙ୍କର ପ୍ରାକୃତିକ ଜଳଧାରଗୁଡ଼ିକର ଅବବାହିକାରେ ବସତି ସ୍ଥାପନ ଓ ପରେ ଧୀରେ ଧୀରେ ସଂଖ୍ୟାବୃଦ୍ଧି ଓ ବଂଶ ବିସ୍ତାର। ଏକ ନିର୍ଦ୍ଦିଷ୍ଟ ସଂଖ୍ୟାଗରିଷ୍ଠତା ସହ ବସ୍ତିର ମାନ୍ୟତା ପାଇବାର ପ୍ରୟାସ। ସ୍ଥାନୀୟ କ୍ଷୁଦ୍ରମନା ନ୍ୟସ୍ତସ୍ୱାର୍ଥରେ ଲିପ୍ତ ଓ ସ୍ଥାନୀୟ ରାଜନୀତିକୁ ପ୍ରଭାବିତ କରିପାରୁଥିବା ଗୁଣ୍ଡାଙ୍କୁ ହାତେଇ ନେଇ ଭୋଟ୍ ବ୍ୟାଙ୍କର ପ୍ରଲୋଭନ ଦେଖାଇ ବିଧାୟକଙ୍କ ପ୍ରତ୍ୟକ୍ଷ ସହାନୁଭୂତି ପ୍ରାପ୍ତ ହେଲା ପରେ ଆରମ୍ଭ ହୁଏ “ଜଳବନ୍ଦୀର ଆତଙ୍କବାଦ”।

ପ୍ରଥମେ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଏ ଏକ ଭବ୍ୟ କାର୍ଯ୍ୟକ୍ରମରେ। ସ୍ଥାନୀୟ ବିଧାୟକ ନୂତନ ବସ୍ତିର ସଂଖ୍ୟା ଗରିଷ୍ଠତା ଦେଖି ଖୁସି ହୁଅନ୍ତି ଓ ଆଗାମୀ ନିର୍ବାଚନରେ ଏଇ ସଂଖ୍ୟାକୁ ଯୋଡ଼ି ଆକଳନ କରିନିଅନ୍ତି ଯେ ଆଗକୁ ତାଙ୍କ ବିଜୟ ସୁନିଶ୍ଚିତ। ତା’ପରେ ଭାଷଣ ଆରମ୍ଭ ହୁଏ। ଭାଷଣରେ ବିଧାୟକ କୁହନ୍ତି ଆପଣମାନେ ନିଶ୍ଚିନ୍ତ ରୁହନ୍ତୁ। ଆମ ସରକାର ଆପଣଙ୍କ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବ। ସବୁ ବ୍ୟବସ୍ଥା କରାଇଦେବ। ବିଜୁଳି, ପାଣି, ସଡକ, ପରିମଳ, ସ୍ୱାସ୍ଥ୍ୟ, ଶିକ୍ଷ୍ୟ। ଓ ନିଯୁକ୍ତି କ୍ଷେତ୍ରରେ ଆପଣମାନଙ୍କୁ ଭାଗୀଦାର୍ କରାଇ ଆପଣମାନଙ୍କୁ ସ୍ଥାୟୀ ପଟ୍ଟା ମଧ୍ୟ ଦିଆଯିବ। ଅନ୍ୟ ରାଜନୈତିକ ଦଳମାନେ ଚାହାନ୍ତି ନାହିଁ ଯେ ଆପଣମାନେ ଏଠାରେ ରୁହନ୍ତୁ। କିନ୍ତୁ ଆମ ସରକାର ଆପଣଙ୍କ ସରକାର। ଆପଣଙ୍କ ସ୍ଥାୟୀତ୍ୱ ଆମର ଦାୟିତ୍ଵ। ଆପଣଙ୍କ ପାଇଁ ଆମ ସରକାର ପ୍ରତିବଦ୍ଧ।

ତା’ପରେ ସଭା ମଧ୍ୟରୁ ଅଭିଯୋଗ ଆସେ ” ହଜୁର୍, ବାରିସ୍ କା ମହିନା ମେଁ ପାନୀ ଉସ୍ ଦିଶା ସେ ଆକେ ହମ।ର। ବସ୍ତି କୋ ପରେଶାନ୍ କରତା ହେ। ଉସ୍ କେଲିୟେ କୁଛ କରିୟେ ହଜୁର୍।” ତା’ପରେ ବିଧାୟକ ନିକଟରେ ଥିବା ସ୍ଥାନୀୟ ଆଶାୟୀ କର୍ପୋରେଟରଙ୍କୁ କୁହନ୍ତି ” ଆସନ୍ତା କାଲି ପାଞ୍ଚ ଟ୍ରିପ୍ ମାଟି ପକାଇ ପାଣି ଆସୁଥିବା ବାଟକୁ ବନ୍ଦ କରିଦିଅ। ”

ଆରମ୍ଭ ହୁଏ ଜଳବନ୍ଦୀର ଆତଙ୍କବାଦ। ପରଦିନ ସକାଳୁ ଆରମ୍ଭ ହୁଏ ମାଟି ପକାଇ ପ୍ରାକୃତିକ ଜଳାଧାରକୁ ବନ୍ଦ କରିବା କାର୍ଯ୍ୟ। ପାଞ୍ଚ ଟ୍ରିପ୍ ଜାଗାରେ ପଚାଶ ଟ୍ରିପ୍ ପଡ଼େ। ମଜବୁତ ବନ୍ଧ ଠିଆ ହୋଇଯାଏ ଓ ଆଶାୟୀ କର୍ପୋରେଟର୍ ତାଙ୍କର କମିଶନ ମଧ୍ୟ ପାଇଯାନ୍ତି। ଏହା ଠାରୁ ଆଉ ଦଶ ପାଦ ଆଗେଇ ଯାଇ ଆଶାୟୀ କର୍ପୋରେଟରଙ୍କ ଆରମ୍ଭ କରିଦିଅନ୍ତି ବେପାର। ଯାହା ଜଳବନ୍ଦୀ ଆତଙ୍କବାଦ ମିଶନର ଏକ ମୁଖ୍ୟ ଅଂଶ ଓ ନ୍ୟସ୍ତସ୍ୱାର୍ଥର ଆଢ଼ୁଆଳରେ ଏମାନେ ଫସେଇ ଦିଅନ୍ତି ସାରା ସହରକୁ ଜଳବନ୍ଦୀର ଆତଙ୍କବାଦ ଜାଲରେ ଏବଂ ଯୋଡ଼ିଦିଅନ୍ତି ଆହୁରି ଅନେକ ସାଥୀଙ୍କୁ। ତା’ପରେ ଆରମ୍ଭ ହୁଏ ଜଳବନ୍ଦୀ ଆତଙ୍କବାଦର ଦ୍ବିତୀୟ ପର୍ଯ୍ୟାୟ।

ନଦୀ ବା ଜଳାଧାରାର ପ୍ରାକୃତିକ ମୁଖ୍ୟଦ୍ୱାର ବନ୍ଦ କଲାପରେ ଯେଉଁ ପ୍ରଥମ ଜଳବନ୍ଦି ତିଆରି ହୁଏ ଓ ଏହାର ପ୍ରଭାବରେ ଯେଉଁମାନେ ଆକ୍ରାନ୍ତ ହୁଅନ୍ତି ସେମାନେ କିଛିଦିନ ହୋ ହଲ୍ଲା କରନ୍ତି। ବର୍ଷା କମିଗଲା ପରେ ପୁଣି ନିରବି ଯାଆନ୍ତି। କାହିଁକି ନା ଆମ ସହର ଭୁବନେଶ୍ୱରର ନାମ “ନିରବ ସହର”। ନିସ୍ତବତାର ସହର ଭୁବନେଶ୍ୱର।

ପୁଣି ଗୋଟିଏ ବର୍ଷ ବିତିଯାଏ। ଏଇଭଳି ପ୍ରତିବର୍ଷ ବର୍ଷାଋତୁ ଆସିଲେ ସେମାନେ ଜଳବନ୍ଦୀର ଶୀକାର ହୋଇଥାନ୍ତି। ରାତାରାତି ନିଜଆଡ଼କୁ ଆସୁଥିବା ଜଳାଧାର ରୋକିବାକୁ ଯାଇ ତାହାକୁ ଆଉ ଏକ ମଜବୁତ ବନ୍ଧ କିମ୍ବା କଂକ୍ରିଟ ପକାଇ ପୁଣି ରୋକିଥାନ୍ତି। ଏଥିରେ ଏମାନେ ସାମୟିକ ଆଶ୍ୱସ୍ତି ପାଆନ୍ତି କିନ୍ତୁ ପୁଣି ଫସେଇ ଦିଅନ୍ତି ଉପରମୁଣ୍ଡ କଲୋନୀଗୁଡ଼ିକୁ। କୌଣସି ସାମଗ୍ରିକ ଓ ଚିରସ୍ଥାୟୀ ସମାଧାନ କରିବାରେ ବିଫଳ ହୁଏ ବ୍ୟବସ୍ଥା। ଜଳବନ୍ଦୀ ଆତଙ୍କବାଦ ଉପନୀତ ହୁଏ ତୃତୀୟ ପର୍ଯ୍ୟାୟରେ। ପର୍ଯ୍ୟାୟ ପରେ ପର୍ଯ୍ୟାୟ ଅତିକ୍ରମ କରି ସମୁଦ୍ର ପତ୍ତନର ଉଚ୍ଚତା ଚାରି ମିଟରକୁ ଧୀରେ ଧୀରେ ପ୍ରତ୍ୟେକ ପର୍ଯ୍ୟାୟରେ ଅତିକ୍ରମ କରି ଶେଷରେ ପହଞ୍ଚିଯାଏ କୋଡ଼ିଏ ମିଟର ଉଚ୍ଚତାରେ। ଏକ ଦୀର୍ଘ ବ୍ୟବଧାନ ଅତିକ୍ରମ କରି ନଦୀ ଓ ପ୍ରାକୃତିକ ଅବବାହିକାରୁ ଧୀରେ ଧୀରେ ଏହା ରାଜ୍ୟ ରାଜପଥରୁ ଜାତୀୟ ରାଜପଥ, ତଳମୁଣ୍ଡ ବସ୍ତିରୁ ଉପରମୁଣ୍ଡ ସହର, ଗଙ୍ଗୁଆ ନଦୀରୁ ରାଜଭବନ, ଦୟା ନଦୀରୁ ନବୀନ ନିବାସ ଓ ମଶାଣିରୁ ମନ୍ଦିର ଅଭିମୁଖେ ଆରମ୍ଭ କରିଦିଏ ଜଳବନ୍ଦୀର ଆତଙ୍କବାଦ। ସମସ୍ତଙ୍କ ଅଦୃଶ୍ୟରେ ସମସ୍ତେ ଥାଆନ୍ତି ରାଜଧାନୀର ନିରବତାରେ। କାରଣ ଭାରତରେ ଆମ ସହରକୁ ଏକ ନିରବ ସହର ର ଆଖ୍ୟା ମିଳିଛି ବୋଲି। ଏବଂ ଆମେ ଜାଣୁ ଭାରତର ନିସ୍ତବ୍ଧ ସହର ହେଉଛି ଭୁବନେଶ୍ୱର।

ଜଳବନ୍ଦୀର ତଳମୁଣ୍ଡରେ କିଛି ସ୍ଥାନାନ୍ତରିତ ବିଦେଶୀ ଅନୁପ୍ରବେଶକାରୀମାନଙ୍କ ମାଧ୍ୟମରେ ଏକ ପ୍ରାୟୋଜିତ ଶକ୍ତି ଆମ ସହର, ରାଜ୍ୟ ଓ ଦେଶକୁ ନିଜ କବଳରେ ଆବଦ୍ଧ କରିବାକୁ ପ୍ରୟାସ ଆରମ୍ଭ କରିଥିବା ବେଳେ କିଛି ଠକ, କୁଜି, ପ୍ରବଞ୍ଚକ ଓ ଜମି ଦଲାଲ ତଥା ଆତ୍ମଘୋଷିତ ନେତା ସେମାନଙ୍କୁ ରକ୍ଷା କରିବାକୁ ଯାଇ ନିଜ ଅଜାଣତରେ ଆମପାଇଁ ପାଲଟି ଯାଆନ୍ତି ଜଣେ ଜଣେ ଆତଙ୍କବାଦୀ।

ଡ୍ରେନ୍ ନଥିବା ସ୍ଥାନ ମାନଙ୍କରେ ଡ୍ରେନ୍ ନିର୍ମାଣ କରିବା, ଡ୍ରେନ୍ ନିର୍ମିତ ସ୍ଥାନରେ ଡ୍ରେନ ଗୁଡିକୁ ନିୟମିତ ସଫା କରିବା ଓ ଇତ୍ୟାଦି ଅନେକ କାରଣ ମାନଙ୍କ ମନ୍ଧ୍ୟରେ ଜଳବନ୍ଦୀ ଆତଙ୍କବାଦ ଏକ ଭିନ୍ନ ଓ ସ୍ପର୍ଶକାତର ବିଷୟ ଏହା ବୁଝିବାକୁ ପଡ଼ିବ। ଏଣୁ, ଏହାକୁ ସମୂଳେ ବିନାଶ କରିବା ପାଇଁ ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ ପ୍ରୟାସ ଆରମ୍ଭ କରିବା ଏବଂ ଏ ସହରକୁ ଜଳବନ୍ଦୀ ଆତଙ୍କବାଦରୁ ମୁକ୍ତି ଦେବା।

ଜୟ ହିନ୍ଦ। ଜୟ ଜଗନ୍ନାଥ।।

ଅବସରପ୍ରାପ୍ତ ବରିଷ୍ଠ ନୌସୈନିକ,

ମହାନଗର

୯୬୫୮୮୫୯୪୨୪

(ଲେଖକଙ୍କର ଏହା ନିଜସ୍ୱ ମତ)

Leave a Reply

Your email address will not be published. Required fields are marked *