ଆଡିସିଙ୍ଗ ସନ୍ତୋଷ ହତ୍ୟା ମାମଲା, ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଜଣେ ନିର୍ଦ୍ଦୋଷରେ ଖଲାସ

ବୌଦ୍ଧ, ୨୬ା୧୦(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) ; ବୌଦ୍ଧ ଜିଲା ଦୌରାଜଜ ଶୁଚିସ୍ମିତା ମିଶ୍ର ଏକ ହତ୍ୟା ମାମଲାକୁ ବିଚାର କରି ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ୫୦୦୦ ଟଙ୍କା ଜରିମାନା ଆଦେଶ ଦେବା ସହ ଜଣକୁ ନିର୍ଦ୍ଦୋଷର ଖଲାସ କରିଛନ୍ତି। ମାମଲାରୁ ପ୍ରକାଶ ଯେ ଜିଲାର ମନମୁଣ୍ଡା ଥାନା ଶଗଡା ଫାଣ୍ଡିରେ ଗତ ୪.୧୦.୧୩ ତାରିଖରେ ଆଡିସିଙ୍ଗ ଗା୍ରମର ସନ୍ତୁ ଓରଫ ସନ୍ତୋଷ କହଁର (୨୦) ନିଖୋଜ ଥିବା ନେଇ ସନ୍ତୋଷର ପରିବାର ପକ୍ଷରୁ ଏକ ରିପୋର୍ଟ ଶଗଡା ଫାଣ୍ଡିରେ କରାଯାଇଥିଲା। ଶଗଡା ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ଶତପଥି ରିପୋଟ ପାଇବା ପରେ ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲେ ଏବଂ ସନ୍ତୋଷ କେଉଁ ଦିନ ଠାରୁ ନିଖୋଜ ଅଛି ଓ ତା ସହିତ କିଏ କିଏ ଥିଲେ, ଏନେଇ ତଦନ୍ତ ଆରମ୍ଭ କରିଥିଲେ। ଗା୍ରମର କିଛି ଲୋକଙ୍କୁ ପଚାରିବା ସହ ବୁଷ୍ଟି କହଁରଙ୍କୁ ମଧ୍ୟ ପଚାରିଥିଲେ। ଗତ ୨୬.୯.୧୩ ରିଖରେ ସନ୍ତୋଷ ସନ୍ଧ୍ୟା ୮ ଟା ପରେ ବୁଷ୍ଟି କହଁର ଠାରୁ ଏକ ଢାଳ ନେଇ ଝାଡା ଯାଇ ଫେରିଥିଲା। ଏହା ପରେ ଗା୍ରମର ଅଙ୍ଗଦ କହଁର ଓ ଡୁଡସିଙ୍ଗ ଗା୍ରମର ଦିବାକର କହଁର, ଶିଗ୍ରତ କହଁର ଓ ନାରନ କହଁର ସାଙ୍ଗେ ଯାଇଥିଲା। ଫାଣ୍ଡି ଅଧିକାରୀ ଏମାନେ ସନ୍ତୋଷକୁ ମାରିଥିବା ସନ୍ଦେହ କରି ଗତ ୧୯.୧୦.୧୩ରେ ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ମନମୁଣ୍ଡା ଥାନା କେସ ନଂ ୧୩୧(୬) ତା ୧୯.୧୦.୧୩ ରେ ମାମଲା ହୋଇ ଥାନା ଅଧିକାରୀ ତଦନ୍ତ ଚଳାଇଥିଲେ। ଉକ୍ତ ଦିନ ଅଭିଯୁକ୍ତ ଅଙ୍ଗଦ କହଁରକୁ ଆଣି ତାର ଜମାନ ବନ୍ଦୀ କରିବାରେ ସେ ପୋଲିସକୁ ସନ୍ତୋଷକୁ କହିଥିଲା ସେ ସନ୍ତୋଷର ଭଉଣୀକୁ ବିବାହ କରିଅଛି। ଏହି ବିବାହରେ ସନ୍ତୋଷର ପରିବାର ଲୋକ ରାଜିନଥିବା ସହ ସନ୍ତୋଷ ସବୁବେଳେ ଆସି ଝଗଡା କରୁଥିଲା। ଏଣୁ ଯୋଜନା ବଦ୍ଧ ଭାବେ ଗତ ୨୬.୯.୧୩ ରିଖରେ ତାକୁ ଅନ୍ୟ ଅଭିଯୁକ୍ତ ମାନଙ୍କ ସହ ଡାକି ନେଇ କେଡିଙ୍ଗା ନାଳକୁ ଗଲୁ ଓ ସେଠାରେ ମଦ ପିଇ ତାକୁ ମାରିଦେଇଥିଲୁ। ମାରି ସାରିବା ପରେ ତାର ଶବକୁ ଏକ ଅଖାରେ ଭର୍ତ୍ତି କରି ମାତାକୁପା ଜଙ୍ଗଲରେ ପୋତି ଦେଇଥିବା କହିଥିଲା। ଏହା ପରେ ପୋଲିସ ଅଭିଯୁକ୍ତ ଅଙ୍ଗଦ ଓ ଏକଜୁକୁଟିଭ ମ୍ୟାଜିଷ୍ଟ୍ରେଟ ଜରିଆରେ ଘଟଣା ସ୍ଥଳକୁ ଯାଇ ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ କରିଥିଲା। ଅଭିଯୁକ୍ତ ଅଙ୍ଗଦ କହଁର ଓ ଦିବାକର କହଁରକୁ ଗତ ୧୯.୧୦.୧୩ ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଏବେବି ଫେରାର ଅଛନ୍ତି। ପରବର୍ତ୍ତୀ ସମୟରେ ଏହି ମାମଲାଟି ବୌଦ୍ଧ ଜିଲା ଦୌରାଜଜଙ୍କ ଅଦାଲତରେ କେସ ନଂ ଏସଟି ୩୭/୧୪ ହୋଇ ଅଭିଯୁକ୍ତ ଅଙ୍ଗଦ ଓ ଦିବାକରଙ୍କ ପାଇଁ ବିଚାର ହୋଇଥିଲା। ସରାକରଙ୍କ ପକ୍ଷରୁ ଦିଆଯାଇଥିବା ୧୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଜିଲା ଦୌରାଜଜ ଶୁଚିସ୍ମିତା ମିଶ୍ର ଅଭିଯୁକ୍ତ ଅଙ୍ଗଦ କହଁରକୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ୫୦୦୦ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଛନ୍ତି। ଏହା ସହ ଅଭିଯୁକ୍ତ ଦିବାକର କହଁରକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାଟିକୁ ସରକାରଙ୍କ ପକ୍ଷରୁ ପିପି ଧୁରୀଣ ଦେହୁରୀ ପରିଚାଳନା କରୁଥିବା ବେଳେ ଅଭିଯୁକ୍ତ ମାନଙ୍କ ପକ୍ଷରୁ ଆଇନଜୀବୀ ଅଶୋକ କୁମାର ମିଶ୍ର ଓ ବିବେକାନନ୍ଦ ଦେହୁରୀ ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *