ଆଡମୁଣ୍ଡାରେ ଯୁବକଙ୍କ ଆତ୍ମହତ୍ୟା

କୋରାପୁଟ;ତା୨୪-୦୮-୧୭(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ସଦର ଥାନା ଅନ୍ତର୍ଗତ ଆଡମୁଣ୍ଡା-ମାଲାକାନଗିରି ଗ୍ରାମରେ ଜଣେ ୧୮ ବର୍ଷିୟ ଯୁବକ ବେକରେ ଲୁଙ୍ଗି ଦେଇ ନିଜ ଘର ପିଣ୍ଡାରେ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଗୁରୁବାର ଅପରହ୍ନ୍ନରେ ବାପା ସୋମନାଥଙ୍କ ଅନୁପସ୍ଥିତିରେ ପୁଅ ପୀତବାସ ପାଇକ ନିଜ ଘରେ ଲୁଙ୍ଗି ଦେଇ ଆତ୍ମହତ୍ୟା କରିବା ପରେ ପରେ ମା ପୂର୍ଣ୍ଣ ପାଇକ ପହଂଚି ପୁଅକୁ ଓହ୍ଲାଇ ଦେଇଥିଲା ।ତାକୁ ମାଣ୍ଡିଆ ଦେଇଥିଲେ ଓ ସେ ଖାଇଥିଲା ବୋଲି ମା ପ୍ରକାଶ କରିଥିଲା । ସଦର ପୋଲିସ ପହଂଚି ପୀତବାସକୁ ପୋଲିସ ଗାଡିରେ କୋରାପୁଟ ମେଡିକାଲକୁ ଆଣିଥିଲେ ।କୋରାପୁଟ ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ ।ଶବବ୍ୟଛେଦ ଗୃହରେ ମୃତଦେହ ରଖାଯାଇଛି ।ଆାସନ୍ତାକାଲି ଶବ ବ୍ୟଛେଦ କରାଯିବ ବୋଲି ଜଣାପଡିଡଛି । ମାନସିକ ରୋଗଗ୍ରସ୍ତ ଥିବା ପୀତବାସ ଏଥି ପୂର୍ବରୁ ୫ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲା ବୋଲି ମା ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *