ଅନୁଗୁଳ

ଆଠମଲ୍ଲିକରେ ମହାସମାରୋହରେ ଗଜଲକ୍ଷ୍ମୀ ପୂଜା ପାଳନ

ଅନୁଗୋଳ, ୨୯/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ଅଂଚଳରେ ମହାସମାରୋହରେ ପାଳିତ ହେଉଛି ଗଜଲକ୍ଷ୍ମୀ ପୂଜା। ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ପୂଜାମଣ୍ଡପରେ ସମୃଦ୍ଧିର ଦେବୀ ମା’ଙ୍କ ମୃଣ୍ମୟୀ ମୂର୍ତ୍ତୀଙ୍କୁ ପାରମ୍ପାରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି। ସମଗ୍ର ଅଂଚଳ ଘଂଟ ଶଙ୍ଖ, ବାଦ୍ୟ, ହୁଳହୁଳି, ବେଦମନ୍ତ୍ର ଧ୍ୱନୀରେ ମଣ୍ଡପ ପରିସର ପ୍ରକମ୍ପିତ ହେଉଥିବା ବେଳେ ଶ୍ରଦ୍ଧାଳୁମାନେ ଅସରନ୍ତି ଉତ୍ସାହ, ଉଦ୍ଦୀପନା ଏବଂ ଭକ୍ତିଭାବନା ସହ ମା’ଙ୍କ ଆରାଧନା କରୁଛନ୍ତି। ଚଳିତ ବର୍ଷ ଆଠମଲ୍ଲିକର ମା ମାହେଶ୍ୱରୀ ଲକ୍ଷ୍ମୀ ପୂଜା କମିଟି, ବନ୍ଧସାହି ଲକ୍ଷ୍ମୀପୂଜା କମିଟି, ବଡ଼ଦାଣ୍ଡ ସାହି ଲକ୍ଷ୍ମୀପୂଜା କମିଟି, ମା ଭଗବତୀ ଲକ୍ଷ୍ମୀପୂଜା କମିଟି, ପୁରୁଣାଗଡ଼ ଗଜଲକ୍ଷ୍ମୀ ପୂଜା କମିଟି, ଚାରିଘରିଆ ସାହି ଲକ୍ଷ୍ମୀପୂଜା କମିଟି, ରାମେଶ୍ୱର ପାଟଣା ପୂଜା କମିଟି, ରଥ ସାହି ପୂଜା କମିଟି, ବଙ୍ଗଳା ସାହି ପୂଜା କମିଟି, ବ୍ଲକ କଲୋନୀ ପୂଜା କମିଟି, ନୂଆ ସାହି ଲକ୍ଷ୍ମୀପୂଜା କମିଟି, କଲେଜ ଛକ ପୂଜା କମିଟି, ସ୍ମାଇଲ କ୍ଲବ କାଠ ପେଣ୍ଠ ସାହି ପୂଜା କମିଟି, ଗାନ୍ଧୀ ଛକ, ମାଧପୁର ଏବଂ ଠାକୁରଗଡ଼ର ବହୁ ପୂଜାମଣ୍ଡପରେ ଧନଦାତ୍ରୀ ପୂଜା ପାଉଛନ୍ତି। ସମସ୍ତ ପୂଜାମଣ୍ଡପଗୁଡ଼ିକ ରଙ୍ଗୀନ ଆଲୋକ ମାଳା, ସୁସଜ୍ଜିତ ତୋରଣ, ବିଭିନ୍ନ ପ୍ରକାରର କଳାକୃତି ଆଦିରେ ଝଲସି ଉଠୁଛି। ଭାଇଚାରାର ଏହି ଗଣପର୍ବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ ପୂଜାମଣ୍ଡପ କମିଟିଗୁଡ଼ିକ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରିଛନ୍ତି। ପ୍ରତ୍ୟେହ ଏହି ପୂଜା ଦେଖିବାକୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top