ଓଡ଼ିଶା

ଆଜି ସାରା ରାଜ୍ୟରେ ଅଖ, ଚକ ବନ୍ଦ: ସ୍କୁଲ, କଲେଜ ବନ୍ଦ: ପରୀକ୍ଷା ଘୁଞ୍ଚିବ

– ଆଜି ସାରା ରାଜ୍ୟରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଖ, ଚକ ବନ୍ଦ: ସ୍କୁଲ, କଲେଜ ବନ୍ଦ: ପରୀକ୍ଷା ଘୁଞ୍ଚିବ
ଭୁବନେଶ୍ୱର ୨୪-୧ (ଓଡ଼ିଆ ପୁଅ) କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବୁଧବାର କଂଗ୍ରେସ ଓଡ଼ିଶା ବନ୍ଦ କରିବା ପାଇଁ ଡାକରା ଦେଇଥିବା ବେଳେ ବିଜେପି କରିବ ହରତାଲ୍‌। ଦୁଇ ପ୍ରମୁଖ ବିରୋଧି ଦଳର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲ, କଲେଜକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ଏପରିକି ଆବଶ୍ୟକ ପଡ଼ିଲେ ପରୀକ୍ଷା ଘୁଞ୍ଚାଇବାକୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପଡ଼ିଛି।

ବନ୍ଦକୁ ସଂପୂର୍ଣ୍ଣ ସଫଳ କରିବାପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଖ, ଚକ ବନ୍ଦ ରହିବ। ଅତ୍ୟାବଶ୍ୟକୀୟ ସେବା ଉପରେ ବନ୍ଦର ପ୍ରଭାବ ପଡ଼ିବ ନାହିଁ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ରାଜନୀତି ସରଗରମ। ସୋମବାରଠାରୁ ରାଜ୍ୟରେ ବିକ୍ଷୋଭ ଓ ପ୍ରତିବାଦ ସଭା ଆରମ୍ଭ ହୋଇଛି। ମଙ୍ଗଳବାର ବିଜେପି ପକ୍ଷରୁ ପ୍ରତିବାଦ କରାଯିବା ସହ ମହିଳା କଂଗ୍ରେସ ପକ୍ଷରୁ ମଧ୍ୟ ବିକ୍ଷୋଭ କରାଯାଇଥିଲା।

ସୂଚନାଯୋଗ୍ୟଯେ, ମଙ୍ଗଳବାରଦିନ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଇଂ ସସ୍ମିତା ବେହେରାଙ୍କ ନେତୃତ୍ୱରେ ଶତାଧିକ ମହିଳା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନକୁ ଯିବାବେଳେ ଅଧିକାଂଶ ମହିଳାଙ୍କୁ ବାଟରେ ପୋଲିସ୍ ଅଟକାଇ ଦେଇଥିଲା। କିନ୍ତୁ ମହିଳା ସଭାନେତ୍ରୀଙ୍କ ସମେତ ପ୍ରାୟ ୫୦ ଜଣ ମହିଳା କୌଶଳକ୍ରମେ ନବୀନ ନିବାସ ମୁଖ୍ୟ ଫାଟକ ନିକଟକୁ ପହଞ୍ଚି କଂଗ୍ରେସ ପତାକା ଓ ବ୍ୟାନର ଦେଖାଇ ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିବାଦ କରିଥିଲେ। ଏହି ଘଟଣାରେ ପୋଲିସ୍ ଇତସ୍ତତଃ ହୋଇ ଘଟଣାସ୍ଥଳରେ ପହଞ୍ଚିଲାବେଳକୁ ମହିଳା କଂଗ୍ରେସ ସଭାନେତ୍ରୀ ନାରୀ ଅତ୍ୟାଚାରୀ ନବୀନ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଚାଲିଥିଲେ। ପ୍ରାୟ ଅଧଘଣ୍ଟା ଧରି ପୋଲିସ ସହ ଧସ୍ତାଧସ୍ତି ପରେ ୨୦ରୁ ଉର୍ଦ୍ଧ ମହିଳା କଂଗ୍ରେସ କର୍ମକର୍ତ୍ତାଙ୍କୁ ପୋଲିସ୍ ଗିରଫ କରିନେଇଥିଲେ।

ଅପର ପକ୍ଷରେ ମଙ୍ଗଳବାରଦିନ ବିଜେପି ମହିଳା ମୋର୍ଚ୍ଚାଠୁ ଆରମ୍ଭ କରି ବିଜେପିର ସମସ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଏକାଠୀ ହୋଇ ପୀଡିତାକୁ ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଯାଉଥିବା ସମୟରେ ପୋଲିସ ଓ ପ୍ରଶାସନକୁ ବ୍ୟବହାର କରି ଅତି ଅମାନୁଷିକ ଭାବେ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ପୃଥୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। (ପ୍ରତିକାତ୍ମକ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top