ଆଜି ରାଜ୍ୟରେ ଅଟୋ ଓ ଟ୍ୟାକ୍ସି ଚଳାଚଳ ବନ୍ଦ

ଭୁବନେଶ୍ୱର : ୬/୬(ଓଡ଼ିଆ ପୁଅ) : ଆଜି ରାଜ୍ୟରେ ଅଟୋ ରିକ୍ସା ଏବଂ ଟ୍ୟାକ୍ସି ଚଳାଚଳ ବନ୍ଦ ରହିବ। ସକାଳ ୬ରୁ ସଂଧ୍ୟା ୬ଟା ଯାଏ ରାଜଧାନୀ ଅଟୋ ଚାଳକ ସଂଘର ଧର୍ମଘଟ ଡାକରା। ବନ୍ଦରେ ସାମିଲ ହୋଇଛନ୍ତି ରାଜ୍ୟର ଦେଢ଼ ଲକ୍ଷରୁ ଅଧିକ ଅଟୋ ଚାଳକ। ପୋଟ୍ରୋଲ ଓ ଡ଼ିଜେଲର ଅତ୍ୟାଧିକ ଦରବୃଦ୍ଧି ପ୍ରତିବାଦରେ ଗୁରୁବାର ଅଟୋ ରିକ୍ସା ଓ ଟ୍ୟାକ୍ସି ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିବ ବୋଲି ପୂର୍ବରୁ ନିଖିଳ ଓଡ଼ିଶା ଅଟୋ ମହାସଂଘ ଓ ଟ୍ୟାକ୍ସି ମହାସଂଘ ତରଫରୁ ସୂଚନା ଦିଆଯାଇଥିଲା। ତୈଳଦର ବୃଦ୍ଧି ସମେତ କ୍ଷୁଦ୍ର ଯାନ ଉପରେ ଟିକସ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଓ ଡ଼ିଜେଲ ଦର ନିୟନ୍ତ୍ରଣରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। ନିଖିଳ ଓଡ଼ିଶା ଅଟୋ ମହାସଂଘ ପକ୍ଷରୁ କୁହାଯାଇଛି ଯେ, ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିବାବେଳେ ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ନେବାକୁ କୁହାଯାଇଥିଲା। ହେଲେ ରାଜ୍ୟ ସରକାର ଆଲୋଚନା କଲେନି କି ଦାବି ପୂରଣ କଲେନି।

Leave a Reply

Your email address will not be published. Required fields are marked *