ଆଜି ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ କମିଟି ବୈଠକ

ପୁରୀ:୪/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆସନ୍ତାକାଲି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦ୍ୱିତୀୟ ସମନ୍ୱୟ କମିଟି ବୈଠକ ଅପରାହ୍ନ ୪ଟା ସମୟରେ ସ୍ଥାନୀୟ ଗୋପବନ୍ଧୁ ଆର୍ୟୁବେଦ ମହହାବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହେବ। ଏହି ସମନ୍ୱୟ କମିଟି ବୈଠକରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ବୈଠକରେ ରଥଯାତ୍ରା ସମ୍ପର୍କରେ ଆଲୋଚନା କରାଯିବ। ଏହି ସମନ୍ୱୟ କମିଟି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗଦେବେ।

Leave a Reply

Your email address will not be published. Required fields are marked *