ଆଜି ଦେବସ୍ନାନ ପୂର୍ଣ୍ଣିମା: ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବେ : ହାତୀବେଶରେ ଦର୍ଶନ ଦେବେ ଚତୁର୍ଦ୍ଦାମୂର୍ତ୍ତି

ପୁରୀ:୨୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ୧୦୮ କୁମ୍ଭ ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୂ। ସ୍ନାନ ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କୁ ଗଜାନନ ବେଶରେ ଦର୍ଶନଦେବେ ଚତୁର୍ଦ୍ଧା ମୂର୍ତ୍ତି। ସକାଳ ୫ଟାରେ ମଙ୍ଗଳାର୍ପଣ ୫ଟା ୩୦ରୁ ୭ଟା ୩୦ରୁ ପହଣ୍ଡି ଆରମ୍ଭ ୮ଟାରେ ମଙ୍ଗଳା ଆଳତି, ତଡ଼ପଲାଗି, ଅଧରପୋଛା, ବେଶଶେଷ, ଦ୍ୱାରପାଳ ପୁଜା ପରେ ସ୍ନାନମଣ୍ଡପକୁ ଜଳ ବିଜେ କରାଯାଇ ଦିନ ୧୨ଟାରୁ ୨ଟା ୩୦ମଧ୍ୟରେ ସ୍ନାନ ଦିନ ୨ଟା୩୦ରେ ଛେରା ପହଁରା ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ହାତୀବେଶ ସମ୍ପୂର୍ଣ୍ଣ ହେବ। ରାତି ୭ଟା ୩୦ରୁ ସାହାଣ ମେଲା କରାଯିବ ବୋଲି ନୀତି ନିଂର୍ଘଟ ସୂତ୍ରରୁ ଜଣାଯାଇଛି। ସ୍ନାନ ମଣ୍ଡପରେ ଶ୍ରୀଜୀଉମାନେ ୧୦୮ ଗରାରେ ସ୍ନାନ କରିବେ। ସ୍ନାନପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। ଗତକାଲି ଠାରୁ ସହରରେ ବର୍ଷାଲାଗି ରହିଥିଲେମଧ୍ୟ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ଶ୍ରୀକ୍ଷେତ୍ରରେ ଭିଡ଼ ଜମିଛି। ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ନିମନ୍ତେ ବ୍ୟବସ୍ତା କରାଯାଇଛି। ସିଂହଦ୍ୱାର ସମୁଖରେ ବାରିଗେଟ୍ ନିର୍ମାଣ କରାଯାଇଛି। ବାରିଗେଟ ମଧ୍ୟ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ।

Leave a Reply

Your email address will not be published. Required fields are marked *