ଆଜି ତ୍ରିକୋଣୀୟ ସିରିଜ୍ ର ପ୍ରଥମ T-20 ଭାରତ ଶ୍ରୀଲଙ୍କା ମଧ୍ୟରେ ଜାଣନ୍ତୁ କେଉଁଠି ? କେତେବେଳେ ?

ମୁଖ୍ୟ କଥା –
– ଶ୍ରୀଲଙ୍କାରେ ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସଂଧ୍ୟା ୭ଟାରେ ଆରମ୍ଭ ହେବ
– ନିଡାସ ଟ୍ରଫିରେ ଭାରତ, ଶ୍ରୀଲଙ୍କା ଏବଂ ବାଂଗ୍ଲାଦେଶର ଟିମ ଭାଗ ନେଇଛନ୍ତି
– ନିଡାସ ଟ୍ରଫି ୬ ମାର୍ଚ୍ଚରେ ଶ୍ରୀଲଙ୍କାରେ ଖେଳାଯିବ
କଲେମ୍ବୋ ୫-୩ (ଓଡ଼ିଆ ପୁଅ): ଦକ୍ଷିଣ ଆଫ୍ରିକାର ସଫଳ ଗସ୍ତ ପରେ ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଟିମ ମଙ୍ଗଳବାରଦିନ ଆର. ପ୍ରେମଦାସା ଷ୍ଟାଡ଼ିୟମରେ ତ୍ରିକୋଣୀୟ ସିରିଜ୍ ର ପ୍ରଥମ T-20 ମ୍ୟାଚ୍ ରେ ହୋଷ୍ଟ ଶ୍ରୀଲଙ୍କାର ସାମନା କରିବ। ନିଡାସ ଟ୍ରଫି ନାମକ ଏହି ତ୍ରିକୋଣୀୟ ସିରିଜ୍ ରେ ଭାରତ, ଶ୍ରୀଲଙ୍କା ଏବଂ ବାଂଗ୍ଲାଦେଶର ଟିମ୍ ଭାଗ ନେଇଛନ୍ତି। ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଟିମର ନିୟମିତ ଅଧିନାୟକ ବିରାଟ କୋହଲୀ, ଦିଗ୍ଗଜ ୱିକେଟ କିପର- ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନୀ, ଫାଷ୍ଟ ବୋଲର୍ ଭୁବନେଶ୍ଵର କୁମାର ଏବଂ ଜସପ୍ରୀତ ବୁମରାହ, ସ୍ପିନର କୁଲଦୀପ ଯାଦବ ଏବଂ ହରଫନମୌଲା ଖେଳାଳି ହାର୍ଦିକ ପାଣ୍ଡ୍ୟାଙ୍କୁ ଏହି ସିରିଜ୍ ପାଇଁ ଆରାମ ଦେଇକରି ନୂଆ ଚେହେରାକୁ ଟିମ ରେ ସାମିଲ କରିଛନ୍ତି।

ଏହି ସିରିଜ୍ ପାଇଁ ଭାରତୀୟ ଟିମରେ ୱଶିଙ୍ଗଟନ ସୁନ୍ଦର, ବିଜୟ ଶଙ୍କର, ଉଷଭ ପନ୍ତ, ଦୀପକ ହୁଡ୍ଡା ଏବଂ ମୋହମ୍ମଦ ସିରାଜ ପରି ଯୁବ ଖେଳାଳିମାନଙ୍କୁ ସାମିଲ କିରାଯାଇଛି। ଏହି ଖେଳାଳିମାନଙ୍କ ଉପରେ ଏହି ସିରିଜ୍ ରେ ଭଲ ପ୍ରଦର୍ଶନ କରବା ପାଇଁ ଏବଂ ନିଜକୁ ପ୍ରମାଣିତ କରିବାର ବୋଝ ରହିବ।

ପ୍ରଥମ T-20 ମ୍ୟାଚ୍ ପାଇଁ ସଂତୁଳିତ ଟିମର ଚୟନ କରିବାକୁ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ସହଜ ହେବ ନାହିଁ। ଟିମର ଉପଯୁକ୍ତ ଚୟନ ଏକ ଅଧିନାୟକର ରୂପରେ ରୋହିତଙ୍କର କ୍ଷମତାକୁ ଦର୍ଶାଇବ।

କେବେ-କେଉଁଛାରେ ଏବଂ କିପରି ଦେଖବେ ମ୍ୟାଚ୍ :

ଶ୍ରୀଲଙ୍କାରେ ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟା ବେଳେ ଆରମ୍ଭ ହେବ। ଏହି ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାର ରାଜଧାନୀ କଲେମ୍ବୋର ପ୍ରେମଦାସା ଷ୍ଟାଡ଼ିୟମରେ ଖେଳାଯିବ। ସିରିଜ୍ ର ଏହି ମ୍ୟାଚର ପ୍ରସାରଣ ଏଥର ଏକ ନୂଆ ଖେଳ ଚ୍ୟାନେଲ ଡି ସ୍ପୋର୍ଟ୍ସରେ କରାଯିବ। ଏହା ବ୍ୟତୀତ ମ୍ୟାଚ୍ ର ପ୍ରସାରଣ ରିଶ୍ତେ ସିନେପ୍ଲେକ୍ସ ନାମକ ଚ୍ୟାନଲରେ ମଧ୍ୟ କରାଯିବ।

ଅନ୍ୟ ପଟେ, ଗତ କିଛି ସମୟଧରି ଅନ୍ତର୍ରାଷ୍ଟ୍ରୀୟ କ୍ରିକେଟରେ ଖରାପ ପ୍ରଦର୍ଶନ କରିଥିବା ଶ୍ରୀଲଙ୍କାର ଟିମ ପାଇଁ ଏହି ସିରିଜ୍ ରେ ଚୋଟ ଖାଇଥିବା ଖେଳାଳିମାନଙ୍କ ଅନୁପସ୍ଥିତି ଚିନ୍ତାର ବିଷୟ। ହରଫନ ମୌଲା, ଏଂଜେଲୋ ମୈଥ୍ୟୁଜଙ୍କର ସିରିଜ୍ ରୁ ବାହର ହେବାରୁ ଘରୋଇ ଟିମ ପାଇଁ ସବୁଠାରୁ ବଡ଼ା ଝଟକା।

ମୈଥ୍ୟୁଜଙ୍କ ବ୍ୟତୀତ ଶେହାନ ମଦଶଙ୍କା ଏବଂ ଅସେଲା ଗୁଣାରତ୍ନେ ମଧ୍ୟ ଚୋଟ ଖାଇବା କାରଣ ସିରିଜ୍ ରୁ ବାହର ହୋଇଛନ୍ତି। ସେଥିପାଇଁ ହୋଷ୍ଟ ଟିମର ସମ୍ପୂର୍ଣ୍ଣ ଭରସା ଦିନେଶ ଚାଣ୍ଡିମଲ, ଉପୁଲ ଥରଙ୍ଗା, ଥିସାରା ପରେରା ଏବଂ ସୁରଙ୍ଗା ଲକମଲଙ୍କର କାନ୍ଧ ଉପରେ ହେବ।

ବାଂଗ୍ଲାଦେଶ ବିରୁଦ୍ଧରେ ନିକଟରେ ସମାପ୍ତ ହୋଇଥିବା T-20 ସିରିଜ୍ ରେ ଚୋଟ ଖାଇବା କାରଣରୁ ବାହର ରହିଥିବା କୁସଲ ପରେରା ଟିମକୁ ଫେରି ଆସିଛନ୍ତି। ପରେରାଙ୍କର ଆସିବା ଶ୍ରୀଲଙ୍କାଙ୍କର ବ୍ୟାଟିଂକୁ ମଜଭୁତ କରିବ।

ଗତବର୍ଷ ଶ୍ରୀଲଙ୍କା କ୍ରିକେଟ ଟିମ ପାଇଁ ବିଲ୍କୁଲ ଭାଗ୍ୟ ଭଲ ନଥିଲା, ଏଥିପାଇଁ ନିଜ ଘରେ ଖେଳାଯାଉଥିବା ଏହି ତ୍ରିକୋଣୀୟ ସିରିଜ୍ ରେ ଭଲ ପ୍ରଦର୍ଶନ କରି ହୋଷ୍ଟ ଟିମ ଆଲୋଚକମାନଙ୍କୁ କଡା ଜବାବ ଦେବାକୁ ଚାହିଁବ।

ଟିମ୍ (ସମ୍ଭାବିତ) :

ଭାରତ : ରୋହିତ ଶର୍ମା (ଅଧିନାୟକ), ଶିଖର ଧବନ (ଉପ-ଅଧିନାୟକ), ଲୋକେଶ ରାହୁଲ, ସୁରେଶ ରୈନା, ମନୀଷ ପାଂଡେ, ଦିନେଶ କାର୍ତିକ (ୱିକେଟ କିପର), ଦୀପକ ହୁଡ୍ଡା, ୱାଶିଙ୍ଗଟନ ସୁନ୍ଦର, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ବିଜଯ ଶଙ୍କର, ଶାର୍ଦୁଲ ଠାକୁର, ଜୟଦେବ ଉନାଦକଟ, ମୋହମ୍ମଦ ସିରାଜ ଏବଂ ଉଷଭ ପନ୍ତ (ୱିକେଟ କିପର)

Leave a Reply

Your email address will not be published. Required fields are marked *