ଓଡ଼ିଶା

ଆଜି ଠାରୁ ବ୍ଲକ୍ ସ୍ତରରେ ଆରମ୍ଭ ହେଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୪ଟି ବ୍ଳକ୍‌ର ୧୦୮ଟି ପଞ୍ଚାୟତ ପାଇଁ ମଂଜୁର ହେଲା ୨୯.୫୦ କୋଟି

– ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଥ୍ରୀ-ଟି ର ଶ୍ରେଷ୍ଠ ନିଦର୍ଶନ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୨୩ ମଇ (ଓଡ଼ିଆ ପୁଅ) ଚଳିତ ବର୍ଷ ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀରେ ଆରମ୍ଭ ହୋଇଥିବା ଆମ ଗାଁ। ଆମ ବିକାଶ କାର୍ଯ୍ୟକ୍ରମ ଆଜି ଠାରୁ ବ୍ଲକ୍ ସ୍ତରରେ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳର ଲୋକଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନେ ଆବଶ୍ୟକ କରୁଥିବା ପ୍ରକଳ୍ପ ଗୁଡିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ମଞ୍ଜୁର କରୁଛନ୍ତି।

ଏହି କ୍ରମରେ ଜନସାଧାରଣଙ୍କ ପ୍ରସ୍ତାବ କ୍ରମେ ଆଜି ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍‌ର ୩୨ଟି ପଞ୍ଚାୟତ ପାଇଁ ୮.୧୨ କୋଟି ଟଙ୍କା, କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଳକ୍‌ର ୧୫ଟି ପଞ୍ଚାୟତ ପାଇଁ ୪.୩୮ କୋଟି ଟଙ୍କା, ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍‌ର ୩୬ଟି ପଞ୍ଚାୟତ ପାଇଁ ୯ କୋଟି ଟଙ୍କା ଏବଂ ଯାଜପୁର ଜିଲ୍ଲାର ସଦର ବ୍ଲକ୍‌ର ୨୫ଟି ପଞ୍ଚାୟତ ପାଇଁ ୮ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ଏହିପରି ସମୁଦାୟ ୪ଟି ବ୍ଳକ୍‌ର ୧୦୮ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୨୯.୫୦ କୋଟି ଟଙ୍କା ମଂଜୁର କରିଛନ୍ତି।

ଏହି କାର୍ଯ୍ୟକ୍ରମ ଅବସରରେ ବ୍ଲକ୍ ସ୍ତରରେ ଥିବା ପ୍ରତିନିଧିମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ। କହିଲେ ଯେ ଓଡିଶାକୁ ଏକ ନମ୍ବର କରିବା ପାଇଁ ଗାଁର ବିକାଶ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ! ରାଜ୍ୟର ବିକାଶ ପାଇଁ ସେ ସବୁବେଳେ ଥ୍ରୀ-ଟି ବା ଟ୍ରାନରେନସି, ଟିମ୍ ୱାର୍କ ଓ ଟେକ୍ନୋଲୋଜି ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟା ଦ୍ୱାରା ସେ ଗାଁ ଲୋକଙ୍କ ପାଖରେ ପହଞ୍ଚି। ପାରୁଥିବା ବେଳେ ଗାଁର ବିକାଶ ପାଇଁ ସବୁ ଲୋକ ଗୋଟିଏ ଜାଗାରେ ଏକାଠି ହେବା ହେଉଛି ଟିମ୍ ୱାର୍କର ପ୍ରତୀକ। ଆଗରୁ ଗାଁକୁ ଆସୁଥିବା ଟଙ୍କା ବିଷୟରେ ମାତ୍ର ୪-୫ ଜଣ ଲୋକ ଜାଣିପାରୁଥିବା ବେଳେ, ଏବେ ମଞ୍ଜୁର ହେଉଥିବା ସବୁ ପ୍ରକଳ୍ପକୁ ହଜାର ହଜାର ଲୋକ ଏକ ସମୟରେ ଜାଣିପାରୁଛନ୍ତି। ଏହା ହେଉଛି ଟ୍ରାନ୍ସଫରେନ୍ସି ବା ସ୍ଵଚ୍ଛତାର ପ୍ରତୀକ। ତେଣୁ ଏହି କାର୍ଯ୍ୟକ୍ରମ ଥୀ-ଟି ମନ୍ତ୍ରର ଶ୍ରେଷ୍ଠ ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଗାଁର ବିକାଶ ପାଇଁ ସମସ୍ତେ ଖ୍ରୀ-ଡି ବା ଡେଡିକେସନ୍ (ଉତ୍ସର୍ଗୀକୃତ ମନୋଭାବ), ଡିଟରମିନେସନ୍ (ସଂକଳ୍ପ) ଓ ଡିଭୋସନ୍ (ନିଷ୍ଠା) ସହ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଡେଭଲପମେଣ୍ଟ ଓ ଡେଲିଭରୀ ବା ବିକାଶ ଓ ସେବା ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ। ଏହାଦ୍ବାରା ବିକାଶ ତ୍ବରାନ୍ବିତ ହୋଇପାରିବ ଏବଂ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଏହା ହେବ ଏକ ଶକ୍ତିଶାଳୀ ଅସ୍ତ୍ର ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top