ଆଜି ଟିଟିଲାଗଡର ତାପମାତ୍ରା ସତ ଚାଳିଶ ଡିଗ୍ରୀ:୭ ଅଂଶୁଘାତର ଶିକାର ଡାକ୍ତରଖାନାରେ ଭର୍ତ୍ତି

ଟିଟିଲାଗଡ ୨୯ ମଇ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ରାଜ୍ୟରେ ସବୁଠାରୁ ଉତପ୍ତ ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡର ତାପମାତ୍ରା ସତ ଚାଳିଶ ଡିଗ୍ରୀରେ ପହଂଚିଛି। ହେଲେ ସରକାରୀ ଭାବେ ଚଉରାଳିଶ ଡିଗ୍ରୀ ବୋଲି ସୂଚନା ଦିଅ ଯାଇଛି ହେଲେ ପରୀତାପର ବିଷୟ ଏହା ଯେ ଏଠାକାର ତାପମାପକ ଯନ୍ତ୍ର ଗତ କିଛି ଦିନ ଧରି ଅଚଳ ହୋଇ ରହିଥିଲା ଯଦ୍ୱାରା ସଠିକ ସୂଚନା ଲୋକେ ଜାଣି ପାରୁ ନ ଥିଲେ ଓ ଘରୋଇ ତାପମାପକ ଯନ୍ତ୍ର ଉପରେ ନିର୍ଭର କରୁଥିଲେ। ବର୍ତମାନ ଯୋଗଦେଇଥିବା ନୂତନ ଉପଜିଲ୍ଲାପାଳ ଏହାକୁ କାର୍ଯ୍ୟକ୍ଷମ କରାଇଛନ୍ତି। ବେସରକାରୀ ଯନ୍ତ୍ରରେ ସତଚାଳିଶ ଡ଼ିଗ୍ରୀ ଦିନ ଦୁଇଟାରେ ଦେଖା ଯାଇଥିବା ବେଳେ ଚଉରାଳିଶ ଡିଗ୍ରୀ ଦିନ ଗୋଟାଏରେ ଥିବା ସରକାରୀ ଭାବେ ସୂଚନା ଦିଅା ଯାଇଛି। ସାତ ଜଣ ଅଂଶୁଘାତର ଶିକାର ହୋଇ ଟିଟିଲାଗଡ ଡାକ୍ତରଖାନା ରେ ଚିକିତ୍ସାଧୀନ ଥିବା ବେଳେ ଆଜି ସୁଦ୍ଧା ଚାରି ଜଣଙ୍କ ର ଅଂଶୁଘାତ ରେ ମୃତୁ ଘଟିସାରିଥିବା ଜଣାଯାଇଛି। ହେଲେ ବୃକ୍ଷ ରୋପଣ ଦିଗରେ ପ୍ରଶାସନ ନିରବ ଦ୍ରଷ୍ଟା ସାଜି କାଗଜ କଲମରେ କୋଟି କୋଟି ଟଙ୍କ। ଖର୍ଚ ଦେଖାଇବା ସାର ହେଊଛି, ଏ ଦିଗରେ ସରକାର ତୁରନ୍ତ ପ୍ରତିକାର ବ୍ୟବସ୍ତା ନ କଲେ ସ୍ତିତି ଆଗାମୀ ଦିନରେ ଗୁରୁତର ହେବ ବୋଲି ଜନସେବା ସଂଘ ତରଫରୁ ଦାବି ହେଉଛି

Leave a Reply

Your email address will not be published. Required fields are marked *