ଓଡ଼ିଶା

ଆଜି ଚନ୍ଦ୍ରଗ୍ରହଣ… ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

ପୁରୀ, ୩୦/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଆସନ୍ତା କାଲି ଅର୍ଥାତ ୩୧ ତାରିଖ ବୁଧବାର ଚନ୍ଦ୍ର ଗ୍ରହଣ। ସଂଧ୍ୟା ୫ ଟା ୧୭ ମିନିଟ ୧ସେକେଣ୍ଡ ରେ ଆରମ୍ଭ ହୋଇ ରାତି ୮.୪୦ମି.୫୦ ସେକେଣ୍ଡରେ ସର୍ବମୋକ୍ଷ ହେବ। ଏହି ଚନ୍ଦ୍ର ଗ୍ରହଣ ପାଇଁ ପାକ ତ୍ୟାଗ ସକାଳ ୫ଟା୨୬ ମି.୭ ସେକେଣ୍ଡରୁ ଆରମ୍ଭ ହୋଇ ଗ୍ରହଣ ସର୍ବମୋକ୍ଷ ପର୍ଯ୍ୟନ୍ତ ଅର୍ଥାତ ୮.୪୦ମିନିଟ୫୦ ସେୋକଣ୍ଡ ପର୍ଯ୍ୟନ୍ତ ପାଳନ କରାଯିବ। ଏହି ସମୟ ମଧ୍ୟରେ ଦେବ ନିତୀ ନିଷେଦ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଶ୍ରୀ ମନ୍ଦିରରେ ଚନ୍ଦ୍ରଗ୍ରହଣ ପାଇଁ ମଙ୍ଗଲବାର ରାତି ପ୍ରାୟ ୧୨.୨୦ ମିନିଟରେ ଦୁଆର ଫିଟାଯାଇ ସମସ୍ତ ନିତୀ କରାଯିବା ସହ ସକାଳ ୬ଟା ମିନିଟ ମଧ୍ୟରେ ଦେବ ନିତୀ ସପୂର୍ଣ୍ଣ କରାଯିବ। ଏହାପରେ ମହାପ୍ରଭୁଙ୍କ ସମସ୍ତ ନିତୀ ବନ୍ଦ କରାଯାଇ ସଂଧ୍ୟା ୫.୧୭ ମିନିଟ ପର୍ଯ୍ୟନ୍ତ ଅର୍ଥାତ ଗ୍ରହଣ ସ୍ପର୍ଶ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ସଂଧ୍ୟାରେ ଗ୍ରହଣ ସ୍ପର୍ଶ ହେବା ପରେ ଦେବ ନିତୀ ଆରମ୍ଭ ହେବ। ଶ୍ରୀ ମନ୍ଦିରରେ ଗ୍ରହଣ ଆରମ୍ଭ ହେବା ମାତ୍ରେ ଦେବ ନିତୀ ଆରମ୍ଭ କରାଯିବ। ଆସନ୍ତା କାଲି ମଧ୍ୟ ଶ୍ରୀମନ୍ଦିର ମହାପ୍ରଭୁଙ୍କର ପବିତ୍ର ଗଜଉଧାରଣ ବେଶ ଅନୁଷ୍ଠିତ ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top