ଆମ ପର୍ବ ପର୍ବାଣୀ

ଆଜି ଗର୍ଭଣା ସଂକ୍ରାନ୍ତି

“ଆଗେ ବୁଣୁ ପଛେ ବୁଣୁ,ଗର୍ଭଣାକୁ ଟୁଣୁଟୁଣୁ”
ଭୁବନେଶ୍ୱର;୧୭,ଅକ୍ଟୋବର:ଭାରତରେ ପର୍ବପର୍ବାଣି ଗୁଡିକ ଋତୁ,ଧର୍ମ ଏବଂ ସାମାଜିକ ଭିତ୍ତିରେ ପାଳନ କରାଯାଏ।ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧିୟ।ରାଜ୍ୟ ତଥା ପ୍ରାନ୍ତକୁ ନେଇ ଭିର୍ଣ୍ଣ ଭିର୍ଣ୍ଣ ସ୍ଥାନରେ ଭିର୍ଣ୍ଣ ଭିର୍ଣ୍ଣ ନାମରେ ତଥା ସମୟରେ ଅନେକ ପର୍ବ ପାଳନ ହୋଇଥାଏ।ଆମ ରାଜ୍ୟ ଓଡ଼ିଶାରେ କୁହାଯାଏ ୧୨ ମାସରେ ୧୩ ପର୍ବ।

ତୁଳା ମାସର ସଂକ୍ରାନ୍ତିରେ ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି।ଗର୍ଭଣା ସଂକ୍ରାନ୍ତିକୁ ତୁଳା ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ।ଏହି ଦିନ ସୂର୍ଯ୍ୟ ତୁଳା ରାଶିକୁ ଗମନ କରିଥାଆନ୍ତି।ଇଂରାଜୀ ମାସ ଅକ୍ଟୋବରରେ ପଡେ ଏହି ସଂକ୍ରାନ୍ତି।ଗର୍ଭ ଅର୍ଥାତ୍ ଭୃଣ।ଏହି ସଂକ୍ରାନ୍ତି ବେଳକୁ ଧାନ ଗଛର ଗର୍ଭରେ ଧାନ କେଣ୍ଡା ବାହାରେ।ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ବିଶ୍ୱାସ ରହିଛି।ଗର୍ଭଣା ଗଛକୁ କେତେକ ସ୍ଥାନରେ ଅଙ୍କରାନ୍ତି ଗଛ ମଧ୍ୟ କୁହାଯାଏ।ଚାଷୀମାନେ ଏହି ଦିନଟିକୁ ନିଷ୍ଠାର ସହିତ ପାଳନ କରନ୍ତି।ଗୃହ ମାଲିକ ତଥା କୃଷକ ସ୍ନାନାଦି କର୍ମ ସାରି ଗର୍ଭଣା ଗଛର ଡାଳ ଆଣି ବିଧିପୂର୍ବକ ପୂଜା କଲା ପରେ ଧାନ କ୍ଷେତରେ ପୋତି ଦିଅନ୍ତି।ଜମିରେ ଖିରି ପ୍ରସ୍ତୁତ କରି ପୂଜା କରନ୍ତି।କେତେକ ସ୍ଥାନରେ ଘରେ ତିଆରି ହୋଇଥିବା ପିଠାକୁ ନେଇ ଚାଷ ଜମିରେ ପୋତି ପୂଜା କରନ୍ତି।ଗର୍ଭଣା ସଂକ୍ରାନ୍ତି ଉପରେ ଏକ ପ୍ରଚଳିତ କୃଷି ବଚନ ଅଛି “ଆଗେ ବୁଣୁ ପଛେ ବୁଣୁ,ଗର୍ଭଣାକୁ ଟୁଣୁଟୁଣୁ”।/ଦେବଦତ୍ତ

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top