ad
ଓଡ଼ିଶା

ଆଜି କାର୍ତ୍ତିକ ପୂର୍ଣ୍ଣିମା: ଦିଲ୍ଲୀର ଇଣ୍ଡିଆ ଗେଟରେ ଶତାଧିକ ଅଣ ଓଡ଼ିଆ ଏବଂ ବିଦେଶୀ ଭସାଇଲେ ଓଡ଼ିଆଙ୍କ ବୋଇତ

– ଦିଲ୍ଲୀର ଇଣ୍ଡିଆ ଗେଟରେ ଓଡ଼ିଆ ପୁଅର ଷଷ୍ଠଦଶତମ ବୋଇତ ବନ୍ଦାଣ ଉତ୍ସବ:

ନୂଆଦିଲ୍ଲୀ ୨୩-୧୧ (ଓଡ଼ିଆ ପୁଅ) ନୂଆଦିଲ୍ଲୀର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ତଥା ୱେବ ସଂବାଦ ପତ୍ର “ଓଡ଼ିଆ ପୁଅ” ତରଫରୁ ଷଷ୍ଠଦଶତମ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାରଂପରିକ ରୀତିରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶିତୁଆ ମାଛି ଅନ୍ଧାରରେ ଶତାଧିକ ଓଡ଼ିଆ ଯୋଗଦେଇ ଓଡ଼ିଆ ସ୍ୱାଭିମାନର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିଲେ। ଓଡ଼ିଆ ପୁଅ ଝିଅମାନେ ସାଧବ ପୁଅ ଏବଂ ସାଧବ ବୋହୂ ବେଶ ଧାରଣ କରିଥିଲେ। ସାଧବାଣୀମାନେ ବୋଇତ ବନ୍ଦାପନା କରିବା ପରେ ବୋଇତରେ ସାଧବ ପୁଅମାନେ, ବୋଇତରେ ବସି ଯାତ୍ରା କରିଥିଲେ। ପାରଂପରିକ ରୀତିରେ ଏହି ଉତ୍ସବ ଇଣ୍ଡିଆ ଗେଟ୍ ସ୍ଥିତ ବୋଟ କ୍ଲବଠାରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ପ୍ରଶାସକ ତଥା ପୂର୍ବତନ ଶିକ୍ଷା ସଚିବ ଅରୁଣ କୁମାର ରଥ ଯୋଗଦେଇଥିଲେ ଏବଂ ସମାଜସେବୀ ରବି ପାଣି ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ। ବିଶେଷକରି ଷଷ୍ଠଦଶତମ ବୋଇତ ବନ୍ଦାଣ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲାଯେ, ଅଣ ଓଡ଼ିଆଙ୍କ ମହଲରେ ବୋଇତ ବନ୍ଦାଣ ଉତ୍ସବର ବିଶେଷତ୍ତ୍ୱ ଜଣାଇବା। ତେଣୁ ଓଡ଼ିଆ ପୁଅର ପ୍ରୟାସରେ ଶତାଧିକ ଅଣ ଓଡ଼ିଆଙ୍କ ସହ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ବୋଇତ ବନ୍ଦାଣ କରିଥିଲେ। ଏହି ଅବସରରେ ଓଡ଼ିଶାର ସମ୍ବଲପୁରୀ ନୃତ୍ୟ, ରାଜସ୍ଥାନ, ହରିଆଣା, ଗୁଜରାତର, ଉତ୍ତରାଖଣ୍ଡ ଏବଂ ମହାରାଷ୍ଟ୍ରର କଳାକାରମାନଙ୍କ ଦ୍ୱାରା ପାରମ୍ପରୀକ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ବୋଇତ ବନ୍ଦାଣ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅଣ ଓଡ଼ିଆଙ୍କୁ ଓଡ଼ିଶାର ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବର ଗାଥା ଜଣାଇବା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top