ଆଜି ଇସ୍ତଫା ଦେବେ ଦୁଇ ମନ୍ତ୍ରୀ! ମୋଦୀ ସରକାରରୁ ଓହରିବ ତେଲଗୁ ଦେଶମ ପାର୍ଟି – ଚନ୍ଦ୍ରବାବୁ ନାଇଡ଼ୁ

ମୋଦୀ ସରକାରରେ ସାମିଲ ଟିଡିପି (ତେଲଗୁ ଦେଶମ ପାର୍ଟି) ଦୁଇଜଣ ମନ୍ତ୍ରୀ ଅଶୋକ ଗଜପତି ରାଜୁ ଏବଂ ୱାଇଏସ୍ ଚୌଧରୀ ଗୁରୁବାରଦିନ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବେ।

ଅମରାବତୀ/ ନୂଆଦିଲ୍ଲୀ ୭-୩ (ଓଡ଼ିଆ ପୁଅ) ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ନ ଦିଆଯିବାରୁ ଅସନ୍ତୁଷ୍ଟ ତେଲୁଗୁ ଦେଶମ ପାର୍ଟି ମୋଦୀ ସରକାରରୁ ଓହରିବେ। ଟିଡିପି ପ୍ରମୁଖ ଏବଂ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବୁଧବାର ରାତିରେ ପ୍ରେସ କ।ନ୍ଫ୍ରେଂସ କରି ଏନଡିଏ ସରକାରରୁ ଅଲଗା ହେବାପାଇଁ ଘୋଷଣା କରିଛନ୍ତି। ମୋଦୀ ସରକାରରେ ସାମିଲ ଟିଡିପିର ଦୁଇଜଣ ମନ୍ତ୍ରୀ ଅଶୋକ ଗଜପତି ରାଜୁ ଏବଂ ୱାଇଏସ୍ ଚୌଧରୀ ଗୁରୁବାରଦିନ ସକାଳେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବେ।

ଚନ୍ଦ୍ରବାବୁ ନାଇଡ଼ୁ ଅମରାବତୀରେ ପତ୍ରକାରମାନଙ୍କୁ କହିଛନ୍ତିଯେ, କେନ୍ଦ୍ରୀୟ ବଜଟରେ ଆନ୍ଧ୍ରକୁ ଅଣଦେଖା କରାଯାଇଛି, ସେଥିପାଇଁ ମୋଦୀ ସରକାରଙ୍କ ପ୍ରତି ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି କେନ୍ଦ୍ର ପାଞ୍ଚ ବର୍ଷ ପୂର୍ବରୁ ଆନ୍ଧ୍ର ପ୍ରଦେଶର ବିଭାଜନ ସମୟରେ ଅନେକ କଥା ଦେଇଥିଲା। କିନ୍ତୁ ଗୋଟିଏ ମଧ୍ୟ କଥା ରଖିଲା ନାହିଁ। କଥା ଦେବା ସମୟରେ କେନ୍ଦ୍ରରେ ସେ ସମୟରେ ମନମୋହନ ସରକାର ଥିଲା।

ପ୍ରକୃତରେ ଆନ୍ଧ୍ରରେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତାକୁ ନେଇକରି ରାଜନୀତି ଗଭୀର ହୋଇଛି। ଜଗନ ମୋହନ ରେଡ୍ଡୀଙ୍କର ୱାଈଏସଆର-କଂଗ୍ରେସ କେନ୍ଦ୍ରକୁ ପାଞ୍ଚ ଅପ୍ରେଲ ପର୍ଯ୍ୟନ୍ତ ସ୍ୱତନ୍ତ୍ର ରାଜ୍ୟ ଘୋଷଣାର ଅଲ୍ଟିମେଟମ ଦେଇଛି। ଏହା ନହେଲେ ପାର୍ଟିର ସମସ୍ତ ସାଂସଦ ଏବଂ ବିଧାୟକ ସଙ୍ଘବଦ୍ଧ ଭାବେ ସଦନରୁ ଇସ୍ତଫା ଦେବା ପାଇଁ ଅଲ୍ଟିମେଟମ ଦେଇଛନ୍ତି। ଏହି ଅଲ୍ଟିମେଟମ ପରେ ରାଜ୍ୟରେ କିଏ ଆଗେ ହେବ ବୋଲି ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶାସନ କରୁଥିବା ଟିଡିପି (ତେଲଗୁ ଦେଶମ ପାର୍ଟି) କୁ ବାଧ୍ୟହୋଇ ଏହି ଲଡ଼େଇରେ ଓହ୍ଲାଇବାକୁ ପଡ଼ିଲା।

ଅସନ୍ତୋଷର କାରଣ

ତେଲଗୁ ଦେଶମ ପାର୍ଟି ତରଫରୁ କୁହାଯାଇଛି କି କେନ୍ଦ୍ର ସରକାର ରାଜ୍ୟସଭାରେ ଦେଇଥିବା ଆଶ୍ଵାସନାକୁ ସମ୍ପୂର୍ଣ୍ଣ କରିବାରେ ଅକ୍ଷମ। ନାଇଡ଼ୁ କହିଲେ କି ଭାଜପା ସହିତ ଗଠବନ୍ଧନ ଏଥିପାଇଁ କରାଯାଇଥିଲା, କି ଆନ୍ଧ୍ରକୁ ନ୍ୟାୟ ମିଳିବ ବୋଲି। କିନ୍ତୁ ଏମିତି ହୋଲାନାହିଁ। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ନାଇଡ଼ୁ ଅନେକ ଥର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କୁ ଭେଟିଛନ୍ତି। ତଥାପି ମଧ୍ୟ ତାଙ୍କର ଅନୁରୋଧ ଉପରେ ଧ୍ୟାନ ଦିଆଯାଇନାହିଁ। ସେ କହିଲେ କି ଆନ୍ଧ୍ର ପ୍ରଦେଶକୁ ଅବୈଜ୍ଞାନିକ ଭାବରେ ବଣ୍ଟା ଯାଇଛି। ଏହାଫଳରେ ଅନେକ ଅସୁବିଧାର ସାମନା କରିବାକୁ ପଡ଼ୁଛି। ଚାରି ବର୍ଷରେ ରାଜ୍ୟର ଲୋକ ନିଜର ପାଇଁ ନ୍ୟାୟର ଆଶା ରଖିଛନ୍ତି, କିନ୍ତୁ ବଜଟରେ ଆନ୍ଧ୍ରକୁ ଫଣ୍ଡ ଦିଆଯାଇନାହିଁ।

ଏହାକୁ ବି ପଢ଼ନ୍ତୁ …

ଆନ୍ଧ୍ର ପ୍ରଦେଶକୁ ବିଶେଷ ରାଜ୍ୟର ମାନ୍ୟତା ସମ୍ଭବ ନୁହେଁ

Leave a Reply

Your email address will not be published. Required fields are marked *