ଜିଲ୍ଲା ପରିକ୍ରମା

ଆଜି ଆର୍ନ୍ତଜାତିକ ମହିଳା ଦିବସ:ବଡଚଣାରେ ପ୍ରସ୍ତୁତି ଜୋରଦାର

ଯାଜପୁର,(ଓଡିଆ ପୁଅ/ମାନସ ରାଉତ):-ଆଜି ଆର୍ନ୍ତଜାତିକ ମହିଳା ଦିବସ ଉପଲକ୍ଷେ ବଡଚଣାର ଦୁଇ ପ୍ରମୁଖ ବିଜେପି ଓ ବିଜେଡି ରାଜନୈତିକ ଦଳ ମଧ୍ୟରେ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଥିବା ଜଣାଯାଇଛି । ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ ଏହି ଦିବସଟି ପାଳନ କରାଯାଇଥାଏ । ଶାସକ ବିଜେଡି ପକ୍ଷରୁ ଦୁଇଟି ସଭା ବଡଚଣା ବ୍ଲକର ପତରାଜପୁର ପଞ୍ଚାୟତର ଡମାପଡିଆ ଓ ବଡଚଣା ଥାନା ମେଲଣ ପଡିଆ ଠାରେ ଆୟୋଜନ କରାଯାଇଛି । ସେହିପରି ବିଜେପି ପକ୍ଷରୁ ଚଣ୍ଡିଖୋଲ ବିଜେପି କାର୍ଯ୍ୟାଳୟ ନିକଟରେ ସଭାର ଆୟୋଜନ ପାଇଁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦୁଇ ଦଳର ସଭାରେ ମହିଳା ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ପକ୍ଷରୁ ତିର୍ତୋଲ ବିଧାୟିକା ରାଜଶ୍ରୀ ମଲିକ,ଯାଜପୁର ସାଂସଦ ରୀତା ତରାଇ ଓ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିଜେପି ପକ୍ଷରୁ ଦଳର ଷ୍ଟାର କ୍ୟାମ୍ପେନର ଚଳଚିତ୍ର ଅଭିନେତ୍ରୀ ଅପରାଜିତା ମହାନ୍ତି,ମହେଶ୍ୱତା ରାଏ,ପିଙ୍କି ପ୍ରଧାନ,ରାଜ୍ୟ ବିଜେପି ମୁଖପାତ୍ର ତଥା ବଡଚଣା ବିଜେପି ନେତା ଅମର ନାୟକଙ୍କ ସମେତ ଜିଲ୍ଲା ସ୍ତରୀୟ ସମସ୍ତ କର୍ମକର୍ତ୍ତା ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି । ସଭାରେ କିଏ କେତେ ମହିଳାଙ୍କୁ ଏକାଠି କରିପାରୁଛି ତାହାକୁ ବଡଚଣା ବାସୀ ଅନେଇ ରହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top