ଆଜିର ଦିନରେ ଦିଲ୍ଲୀ ହୋଇଥିଲା ଭାରତର ରାଜଧାନୀ

ଭୁବନେଶ୍ୱର;୧୩,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଆଜିର ଦିନରେ ଅର୍ଥାତ ୧୩ ପ୍ରେବୃୟାରୀରେ ନୂଆ ଦିଲ୍ଲୀ ରାଜଧାନୀ ରୂପେ ଘୋଷିତ ହୋଇଥିଲା।୧୩ ପ୍ରେବୃୟାରୀ ୧୯୩୧ରେ ତତ୍କାଳୀନ ବ୍ରିଟିଶ ଗଭର୍ଣର ଜେନେରାଲ ଲର୍ଡ ଇରବିନ୍ ଅଧିକାରୀକ ରୂପେ ନୂଆ ଦିଲ୍ଲୀକୁ ଭାରତର ରାଜଧାନୀ ରୂପେ ଘୋଷଣା କରିଥିଲେ।ଏହା ପୂର୍ବରୁ କଲିକତା ଭାରତର ରାଜଧାନୀ ଥିଲା,୧୨ ଡିସେମ୍ବର ୧୯୧୧ରେ ତତ୍କାଳୀନ ବ୍ରିଟିଶ ମହାରାଜା ଜର୍ଜ ପଞ୍ଚମ କଲିକତାରୁ ରାଜଧାନୀ ଉଠାଇ ଦିଲ୍ଲୀରେ ସ୍ଥାପନ କରିବାକୁ ଘୋଷଣା କରିଥିଲେ।ଏବଂ ୧୯୨୭ରେ ଦିଲ୍ଲୀର ନାମ ପରିବର୍ତ୍ତନ କରାଯାଇ ନୂଆଦିଲ୍ଲୀ ରଖାଗଲା।

Leave a Reply

Your email address will not be published. Required fields are marked *