କେନ୍ଦୁଝର

ଆଜିଠୁ ମାଟ୍ରିକ୍ ପରୀକ୍ଷା; ଯୋଡା ବ୍ଲକରେ ୯ଟି ପରୀକ୍ଷା କେନ୍ଦ୍ରରେ ୨୨୯୨ଟି ପରିକ୍ଷାର୍ଥୀ

ଯୋଡା, ୨୩/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଯାଇଥିବା ବେଳେ ଯୋଡା ବ୍ଲକରୁ ୯ଟି ପରୀକ୍ଷା କେନ୍ଦ୍ରରେ ସମୁଦାୟ ୨୨୯୨ଟି ବିଦ୍ୟାର୍ଥୀ ପରୀକ୍ଷା ଦେଉଛନ୍ତି । ଭୁୁଷୁଗାଁ କେ.ବି. ଉଚ୍ଚ ବିଦ୍ୟାଳୟରେ ୩୦୧ ଜଣ ବିଦ୍ୟାର୍ଥି, ଯୋଡା ଉଚ୍ଚ ବିଦ୍ୟାଳୟରେ ୧୬୭ ଜଣ ଛାତ୍ର-ଛାତ୍ରୀ । ଚମ୍ପୁଆ ମହତାର ଉଚ୍ଚ ବିଦ୍ୟାଳୟ ନୋଡାଲ କେନ୍ଦ୍ର ଅଧୀନରେ ଯୋଡା ଶିକ୍ଷା ବ୍ଲକ ଅନ୍ତର୍ଗତ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ଅଧୀନରେ ଯୋଡା ଶିକ୍ଷା ବ୍ଲକ ଅନ୍ତର୍ଗତ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନଦଦ୍ରରେ ଚଳିତ ବର୍ଷ ୨୮୭ ଜଣ ଛାତ୍ରୀ ପରୀକ୍ଷା ଦେଉଥିବା ସମୟରେ ମାଟ୍କାମ୍ବେଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୨୭୭ ଛତ୍ର-ଛାତ୍ରୀ, ବାମେବାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ୨୩୮ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି ।
ପରୀକ୍ଷା ପରିଚାଳନାକୁ ସ୍ୱଚ୍ଛ କରିବା ପାଇଁ ପରୀକ୍ଷା ସହ ଜଡିତନଥିବା ବ୍ୟକ୍ତି ବିଶେଷଙ୍କୁ ପରୀକ୍ଷା କେନ୍ଦ୍ରର ୨୦୦ ମିଟର ଦୂରତା ମଧ୍ୟରେ ପ୍ରବେଷକୁ ନିଷେଧ କରାଯାଇଛି । ପରୀକ୍ଷାରେ ଅସାଧୁ ଉପାୟକୁ ନିୟନ୍ତ୍ରଣ କରିବା ଓ ପରୀକ୍ଷାର ସୁପରିଚାଳନା ନିମନ୍ତେ ବଡବିଲ ତହସିଲଦାର ଓ ତିରିକ୍ତ ତହସିଲଦାର ତଥା ଯୋଡା ଗୋଷ୍ଠୀ ଉନ୍ନୟନ ଅଧକାରୀ ଅରୁଣ କୁମାର ମଲ୍ଲିକଙ୍କୁ ନୋଡାଲ ମାଜିଷ୍ଟ୍ରେଟ ରୂପେ ଅବସ୍ଥାପିତ କରାଯାଇଛି । ବୋର୍ଡରୁ ଆସିଥିବା ଫ୍ଲାଇଙ୍ଗ ସ୍କ୍ୱାର୍ଡ ବିଭିନ୍ନ ସମ୍ବେଦନଶୀଳ ପରୀକ୍ଷାକେନ୍ଦ୍ର ଗୁଡିକ ବୁଲିବାର ଥିବା ବେଳେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିର୍ଦେଶରେ ଜିଲ୍ଲା ସ୍ତରୀୟ ସ୍କ୍ୱାର୍ଡ ଗଠନ କରାଯାଇ ପରୀକ୍ଷା କେନ୍ଦ୍ର ଗୁଡିକ ଯାଇ ବ୍ୟାପକ ଯାଂଚ କରିବାର ନିର୍ଦେଶ ନାମା ଜାରି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top