ଆଜିଠାରୁ ଶହୀଦ ସପ୍ତାହ ଆରମ୍ଭ: କୋରାପୁଟ ଜିଲାରେ ହାଇ ଆଲର୍ଟ

କୋରାପୁଟ; ୨୮-୦୭-୧୮(ଓଡିଆପୁଅ /ରଂଜନ କୁମାର ଦାସ) ଶନିବାରରୁ ମାଓବାଦୀଙ୍କ ଶହୀଦ ସପ୍ତାହ ଆରମ୍ଭ ହେବାକୁ ଥିବାବେଳେ ସୁରକ୍ଷା ଦୃଷ୍ଟିରୁ କୋରାପୁଟ ଜିଲାରେ ହାଇ ଆଲର୍ଟ ଜାରି କରା ଯାଇଛି। ମାଓ ଅଧ୍ୟୁଷିତ ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମିପୁର, ବୈପାରୀଗୁଡା, ପଟ୍ଟାଙ୍ଗି, ଲମତାପୁଟ, ପାଡୁଆ ଥାନା ଅଂଚଳରେ ସ୍ୱତନ୍ତ୍ର ନଜର ରଖା ଯାଇଥିବା କୋରାପୁଟ ଏସପି ଡା.କେ.ଭି.ସିହଂ ସୂଚନା ଦେଇଛନ୍ତି। ଉପରୋକ୍ତ ଅଂଚଳ ବ୍ୟତୀତ ଜିଲାର ଜୟପୁର, ସେମିଲିଗୁଡା, କୋରାପୁଟ ଟାଉନର ପ୍ରବେଶ ପଥରେ ସମସ୍ତ ଯାନବାହାନକୁ ଯାଂଚ କରାଯାଉଛି। ନାରାୟଣପାଟଣା, ବନ୍ଧୁଗାଁ, ବୈପାରୀଗୁଡା, ସୁଙ୍କି ଅଂଚଲରେ ବିଏସଏଫ ଏବଂ ଏସଓଜି ଯବାନଙ୍କ କୁମ୍ବିଂ ଅପରେସନ ଜୋରଦାର କରା ଯାଇଥିବା ଜଣା ପଡିଛି। ଅନ୍ୟ ପକ୍ଷରେ ମାଓବାଦୀଙ୍କ ସହୀଦ ସପ୍ତାହ ପାଇଁ ଶନିବାରରୁ କୋରାପୁଟ-ରାୟଗଡା ମଧ୍ୟରେ ସରକାରୀ ବସ ଚଳାଚଳ ବନ୍ଦ ରହିଥିବାବେଳେ କୋରାପୁଟରୁ ବ୍ରହ୍ମପୁର, ଭୁବନେଶ୍ୱର, କଟକ ଯାଉଥିବା ସମସ୍ତ ଯାତ୍ରୀବାହି ବସ ଆନ୍ଦ୍ର ପ୍ରଦେଶକର ସାଲୁର, ଶ୍ରୀକାକୂଲମ ଦେଇଯିବ ବୋଲି ଜଣା ପଡିଛି। ସେହିପରି ଜୟପୁରରୁ ମାଲକାନଗିରିକୁ ସରକାରୀ ବସ ଯାତାୟତ ବନ୍ଦ ରହିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *