ଜିଲ୍ଲା ପରିକ୍ରମା

ଆଜିଠାରୁ ମା’ ଆଦ୍ୟାଶକ୍ତି ଦକ୍ଷିଣକାଳୀଙ୍କ ୧୦ମ ବାର୍ଷିକ ଉସôବ

ଭଦ୍ରକ, ୧୬ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ)  : ଆସନ୍ତାକାଲି ଠାରୁ ଭଦ୍ରକର ନୂଆ ବସ୍ଷ୍ଟାଣ୍ଡ ମଠସାହିସ୍ଥିତ ମା’ ଆଦ୍ୟାଶକ୍ତି ଦକ୍ଷିଣକାଳୀଙ୍କ ଦଶମ ବାର୍ଷିକ ଜନ୍ମୋସôବ ମହାସମାରୋହରେ ପାଳିତ ହେବାକୁ ଯାଉଛି । ତିନିଦିନ ବ୍ୟାପୀ ଅନୁଷ୍ଠିତ ଏହି ଉସôବର ପ୍ରଥମ ଦିନ ସୂର୍ଯ୍ୟାଗ୍ନି ଆହରଣ ଓ ଅଧିବାସ କର୍ମ ପରେ ସକାଳ ୯ଟାରେ କଳସଯାତ୍ରାର ଆୟୋଜନ କରାଯାଇଛି । ସନ୍ଧ୍ୟାରେ ଭଜନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୧୮ ତାରିଖ ରବିବାର ଦିନ ମହାସ୍ନାନ, ଗୀତା ପାରାୟଣ,  ଯଜ୍ଞ କର୍ମ, ହନୁମାନ ଚାଳିଶା ପାଠ ପରେ ସନ୍ଧ୍ୟାରେ ଭଜନ ପ୍ରତିଯୋଗିତା କରାଯିବ । ୧୯ ତାରିଖ ସୋମବାର ଦିନ ଚଣ୍ଡିପାଠ ଓ ଯଜ୍ଞର ପୂର୍ଣ୍ଣାହୁତି ପରେ ଭଜନ ସମାରୋହ ଓ ପ୍ରସାଦ ସେବନରେ ଉସôବ ଉଦ୍ୟାପିତ ହେବ । ଏଥିପାଇଁ ଶ୍ରଦ୍ଧାଳୁମାନଙ୍କୁ ବହୁ ସଂଖ୍ୟାରେ ଯୋଗଦେବାପାଇଁ ଅନୁରୋଧ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top