ଜିଲ୍ଲା ପରିକ୍ରମା

ଆଜିଠାରୁ ଦୁଇଦିନିଆଁ ବୌଦ୍ଧ ଶିକ୍ଷାମେଳା ଆରମ୍ଭ

ବୌଦ୍ଧ, ୧୨ା୦୨(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ଜିଲା ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସୋମବାର ଠାରୁ ବୌଦ୍ଧ ଟାଉନହଲ ଠାରେ ତୃତୀୟ ଶିକ୍ଷାମେଳା ଆରମ୍ଭ ହେବାକୁ ଯାଉଅଛି। ଆଜିର ସମାଜରେ ମାତା ପିତାମାନେ ପ୍ରାଥମିକସ୍ତରୁ ନିଜର ପୁଅଝିଅଙ୍କ ଶିକ୍ଷା ପ୍ରତି ଅଧିକ ସଚେତନତା ଅବଲମ୍ବନ କରୁଥିବାବେଳେ ସେମାନଙ୍କ ପାଇଁ ଉତ୍ତମ ଶିକ୍ଷାନୁଷ୍ଠାନଟିଏ ଚୟନ କରିବା କଷ୍ଟକର ହୋଇପଡୁଛି। ବିଶେଷ ଭାବରେ ବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଉଚ୍ଚଶିକ୍ଷା ପାଇଁ ଉତ୍ତମ ଶିକ୍ଷାନୁଷ୍ଠାନଟିଏ ଚୟନ କରିବା ଓ କେଉଁ ବୈଷୟିକ ଶିକ୍ଷା ଗ୍ରହଣ କଲାପରେ ଆଗକୁ ନିଯୁକ୍ତି ଓ ଭବିଷ୍ୟତ ଗଠନ ଦିଗରେ କଣ କଣ ସୁଯୋଗ ମିଳିପାରିବ ଆଜି ପ୍ରତ୍ୟେକ ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ହୋଇପଡୁଛି। ସେଥିପାଇଁ ଜିଲା ଉଚ୍ଚଶିକ୍ଷାରେ ବାଟ ହୁଡୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଏକ୍ସପର୍ଟମାନଙ୍କ ଦ୍ୱାରା ପରାମର୍ଶ କର୍ମଶାଳା ଜରିଆରେ ପଥ ପ୍ରଦର୍ଶନ ପାଇଁ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଏହି ଶିକ୍ଷାମେଳା ଜରିଆରେ ଅଭିନବ ଉଦ୍ୟମ କରାଯାଇଛି। ଅଭିଭାବକମାନେ ସମସ୍ତ ଶିକ୍ଷାନୁଷ୍ଠାନ ପରିଦର୍ଶନ କରି ସେଥିରେ ଉଚ୍ଚଶିକ୍ଷା ପାଇଁ ରହିଥିବା ସୁବିଧା ସୁଯୋଗ ସଂପର୍କରେ ତଥ୍ୟ ସଂଗ୍ରହ କରିବା କଷ୍ଟକର ଓ ବ୍ୟୟସାପେକ୍ଷ ହୋଇଥିବାବେଳେ ଅନେକ ସମୟରେ ଦଲାଲମାନଙ୍କ ହାବୁଡରେ ପଡି ଅନେକ ସମସ୍ୟାର ସମ୍ମୁଖିନ ହେଉଥିବା ଘଟଣା ମଧ୍ୟ ନଜରକୁ ଆସୁଅଛି। ତେଣୁ ଶିକ୍ଷାମେଳା ଜରିଆରେ ଅଭିଭାବକ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସିଧା ସଂପର୍କ ସୃଷ୍ଟି ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରାଯାଉଥିବା ମେଳାର ଆବାହକ ଦେବାଶିଷ ପୁରୋହିତ୍ ପ୍ରକାଶ କରିଛନ୍ତି। ଏହି ଶିକ୍ଷାମେଳାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଲବ୍ଧ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଗୁଡିକ ଅଂଶଗ୍ରହଣ କରୁଛନ୍ତି। ପ୍ରତିଦିନ ସକାଳ ୧୦ ଘଣ୍ଟା ଠାରୁ ସନ୍ଧ୍ୟା ୮ ଘଣ୍ଟା ପର୍ଯ୍ୟନ୍ତ ଅନୁସନ୍ଧିତ୍ସୁ ଅଭିଭାବକ ଓ ଛାତଛାତ୍ରୀମାନେ ଏହି ମେଳା ପରିଦର୍ଶନ କରି ଶିକ୍ଷାନୁଷ୍ଠାନ ଗୁଡିକ ସଂପର୍କରେ ତଥ୍ୟ ସଂଗ୍ରହ କରିପାରିବେ। ତେଣୁ ନିଜ ସହରରେ ନିଜ ପୁଅଝିଅଙ୍କ ଭବିଷ୍ୟତ ଗଠନ ପାଇଁ ଉତ୍ତମ ଶିକ୍ଷାନୁଷ୍ଠାନଟିଏ ଚୟନ କରିବାକୁ ନିଶ୍ଚିତ ଭାବରେ ଶିକ୍ଷାମେଳା ଥରେ ବୁଲିବାକୁ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top