ଓଡ଼ିଶା

ଆଜିଏଚ ହସପିଟାଲ ଏବଂ ବ୍ରାହ୍ମଣୀ ବ୍ରିଜ ନିର୍ମାଣ ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବୟାନ ପ୍ରସଙ୍ଗରେ ବୟାନ ଅତ୍ୟନ୍ତ ହାତ୍ସ୍ୟାସ୍ପଦ : ବିଜେପି

– ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଏବଂ ଅନୁମତି ଦେବାରେ ବିଳମ୍ବ କାରଣରୁ ହିଁ ଉଭୟ ଆଜିଏଚ ଏବଂ ବ୍ରାହ୍ମଣୀ ବ୍ରିଜ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଛି
– ବାସ୍ତବତାରୁ ଦୂରରେ ରହି ସର୍ବଦା ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରି ଆସୁଥିବା କଂଗ୍ରେସ ଦଳ ଆଜି ରାଜ୍ୟର ବିପର୍ଯ୍ୟୟ ପାଇଁ ଦାୟୀ
– ବିଳମ୍ବର କାରଣର ପ୍ରଶ୍ନ ଶ୍ରୀ ମିଶ୍ର ରାଜ୍ୟ ସରକାରଙ୍କୁ ପଚାରିବେ କି ?

ଭୁବନେଶ୍ୱର, ତା.୦୨/୦୭(ଓଡ଼ିଆ ପୁଅ): ରାଉରକେଲା ଆଜିଏଚ ସୁପର ସ୍ପେସିଆଲିଟି ହସ୍ ପିଟାଲ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଏଥିପାଇଁ ୨୩୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବାବେଳେ ଅଗ୍ରୀମ ଭାବେ ୧୦ କୋଟି ଟଙ୍କା ମଧ୍ୟ କେନ୍ଦ୍ର ସରକାର ଯୋଗାଇ ସାରିଛନ୍ତି। ୨୦୧୮ ମସିହା ଶେଷ ସୁଦ୍ଧା ଏହି ହସ୍ ପିଟାଲର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ସମସ୍ତ ପ୍ରକାରର ଉପକରଣ ମଧ୍ୟ ଯୋଗାଇ ଦିଆସରିଥିବ। କେବଳ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଏବଂ ଅନୁମତି ଦେବାରେ ବିଳମ୍ବ କରିବା କାରଣରୁ ହିଁ ଉଭୟ ଆଜିଏଚ ଏବଂ ବ୍ରାହ୍ମଣୀ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ବିଳମ୍ବରେ ହେଲା ବୋଲି ରାଜ୍ୟ ବିଜେପି ଉପ ସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି।

ଅନ୍ୟ ପଟେ ଶାସକ ବିଜେଡିର ହାତବାରିସୀ ସାଜିଥିବା କଂଗ୍ରେସ ଦଳ ପୁଣି ଥରେ ରାଜ୍ୟ ସରକାରଙ୍କ ଅପାରଗତାକୁ ଘଂଟ ଘୋଡାଇବାକୁ ଅପପ୍ରୟାସ କରିଛି। ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ନରସିଂହ ମିଶ୍ରଙ୍କ ବୟାନ ଅତ୍ୟନ୍ତ ହାତ୍ସ୍ୟାସ୍ପଦ। ବାସ୍ତବତାରୁ ଦୂରରେ ରହି ସର୍ବଦା ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରି ଆସୁଥିବା କଂଗ୍ରେସ ଦଳ ଆଜି ରାଜ୍ୟର ବିପର୍ଯ୍ୟୟ ପାଇଁ ଦାୟୀ। ଯଦି ବ୍ରାହ୍ମଣୀ ନଦୀ ଉପରେ ରେଳବାଇ ତରଫରୁ ବ୍ରିଜ ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଆରମ୍ଭ ହୋଇସାରିଛି, ତାହେଲେ କେଉଁ କାରଣରୁ ଏନଏଚଏଆଇ ତରଫରୁ ନିର୍ମାଣ ହେଉଥିବା ବ୍ରିଜର ନିର୍ମାଣ କାର୍ଯ୍ୟ କାହିଁକି ବିଳମ୍ବ ହେଲା ବୋଲି ଶ୍ରୀ ମିଶ୍ର ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରି ପାରିବେ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ଯଦି ବାସ୍ତବରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ରାଜ୍ୟବାସୀଙ୍କ ପ୍ରତି ଆନ୍ତରିକତା ଅଛି, ତାହେଲେ ରାଉରକେଲା ପ୍ରସଙ୍ଗରେ ସଂଗ୍ରହ କରିଥିବା ଅର୍ଥକୁ ନିଜ ଅଂଚଳ ଏବଂ ବଲାଙ୍ଗୀର ଜିଲ୍ଲାରେ ଚାଷ ପାଇଁ ଜଳସେଚନ ସକାଶେ ଖର୍ଚ୍ଚ କରିବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top