ଆଗେଇ ଚାଲିଛି ପ୍ରଭା ରଙ୍ଗ କାମ

ପୁରୀ:୧୧/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ତିନି ରଥର ଶେଷ କାମ ଭାବେ ବିବେଚିତ ପ୍ରଭା କାମକୁ ମହାରଣା ସେବକମାନେ ଏହା ଭିତରେ ଶେଷ କରିଛନ୍ତି। ରୂପକାର ସେବକମାନେ ଏହାକୁ ରୂପ ଦେବା ପରେ ଚିତ୍ରକାର ସେବକମାନେ ଏହାକୁ ରଙ୍ଗ ଦେବାରେ ନିମଗ୍ନ ଅଛନ୍ତି। ଏକାଧିକ ଚିତ୍ରକର ସେବକ ତିନିରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନର ପ୍ରଭାରେ ରଙ୍ଗ ଦେବା କାମ ଶେଷ ପର୍ଯ୍ୟାୟରେ ପହଂଚିଛନ୍ତି। ରଙ୍ଗ କାମ ସରିବା ପରେ ପ୍ରଭାକୁ ତିନି ରଥରେ ସଂଯୋଗ କରାଯିବ। ସେପଟେ ରଥଯାତ୍ରା ସମୟରେ ପହଣ୍ଡି ବିଜେ ପାଇଁ ଆବଶ୍ୟକ ସେନାପଟା କାମ ଦୋଳବେଦି ଠାରେ ଆଗେଇ ଚାଲିଛି। ଭୋଇ ସେବକ ଓ ଅନ୍ୟ ସେବକମାନେ ଏହି କାମକୁ ଆଗେଇ ନେଇଛନ୍ତି। ସେପଟେ ଦୋଳବେଦି କମାର ଶାଳରେ ଲୈାହକଣ୍ଟା ପ୍ରସ୍ତୁତି କାମ ଶେଷ ପର୍ଯ୍ୟାୟରେ ପହଂଚିଛି।

Leave a Reply

Your email address will not be published. Required fields are marked *