ଅନୁଗୁଳ

ଆଗାମୀ ୧୧ରେ ଘଣ୍ଟପଡାରେ ହୃଦରୋଗ ସମ୍ବନ୍ଧୀୟ ମାଗଣା ସ୍ୱାସ୍ଥ୍ୟ ଶିବିର

ତାଳଚେର,୯/୧୧୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା):ତାଳଚେର ବ୍ଲକ ଘଣ୍ଟପଡା ଉଚ୍ଚ ବିଦ୍ୟାଳୟ ପରିସରରେ ଚଳିତ ମାସ ୧୧ ତାରିଖ ଦିନ ହୃଦରୋଗ ସମ୍ବନ୍ଧୀୟ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଏଥିନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଆବାହକ ଶରତ ଚନ୍ଦ୍ର ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରଟି ପଲିସ୍ ଡେଭ୍ଲପ୍ମେଣ୍୍ଟ ଇନିସିଏଟିଭ୍, ନୂଆଦିଲ୍ଲୀ ଓ ହାଇଟେକ୍ ମେଡିକାଲ କଲେଜ ଓ ହସପିଟାଲ୍, ଭୂବନେଶ୍ୱରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ହୃଦରୋଗର ଚିକିତ୍ସା ତଥା ଆବଶ୍ୟକୀୟ ପରାମର୍ଶ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଜନସାଧାରଣଙ୍କୁ ମାଗଣାରେ ଉପଲବ୍ଧ କରାଯିବ । ଏଣୁ ଏହାର ଲାଭ ଜନସାଧାରଣ ନେବାକୁ କାର୍ଯ୍ୟକ୍ରମର ଆବାହକ ଶ୍ରୀ ସାହୁ ଅନୁରୋଧ କରିଛନ୍ତି । ଏହି ବୈଠକରେ ହ୍ୟୁମାନ ରାଇଟସ୍ ସଦସ୍ୟ ସଞ୍ଜୟ କୁମାର ସିଂହ, ବୀରବର ସାହୁ,ରାଜ କିଶୋର ସାହୁ,ଶରତ ଚନ୍ଦ୍ର ନାଏକ, ବିଷ୍ଣୁମୋହନ ସାହୁ,କ୍ଷୀରୋଦ ସାହୁ,ଦିଲ୍ଲୀପ ସିଂହ ପ୍ରମୁଖଙ୍କ ସହ ବହୁ ସଦସ୍ୟ ଯୋଗ ଦେଇଥିଲେ । ଶେଷରେ ବୀରବର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top