ଆଗାମୀ ରଥଯାତ୍ରା ବ୍ୟବସ୍ଥାର ସମୀକ୍ଷା କଲେ ପୁଲିସ ମହାନିର୍ଦ୍ଦେଶକ

ପୁରୀ:୧୮/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡଃ. ଆର.ପି ଶର୍ମା ମଙ୍ଗଳବାର ପୁରୀ ଏସ୍ ପିଙ୍କ କାର୍ଯ୍ୟାଳୟରେ ରଥଯାତ୍ରା ପାଇଁ ଦ୍ୱିତୀୟ ସମୀକ୍ଷା କରିଛନ୍ତି। ଆସନ୍ତା ଜୁନ ୨୮ ଏବଂ ଜୁଲାଇ ୧୪ତାରିଖରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ପୁଲିସର ପ୍ରସ୍ତୁତି ସମ୍ପର୍କରେ ପୁଲିସ ମହାନିର୍ଦ୍ଦେଶକ ସମୀକ୍ଷା କରିଛନ୍ତି। ବିଶେଷ କରି ରଥଯାତ୍ରାରେ ମୁଖମୟ ହେଉଥିବା ଆରକ୍ଷୀ ବାହିନୀଙ୍କ ରହଣୀ ବିଗତବର୍ଷମାନଙ୍କରେ ହୋଇଥିବା ଅସୁବିଧା, ଲଜିଷ୍ଟିକ ସର୍ପୋଟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ସେହିପରି ଦେବସ୍ନାନ ପୂର୍ଣ୍ଣିମାରେ ଭକ୍ତଙ୍କ ଶୃଙ୍ଖଳଳିତ ଦର୍ଶନ, ଯାତ୍ରୀ, ପର୍ଯ୍ୟଟକ ଓ ଭିଆଇପିଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଡିଜି ସମୀକ୍ଷା କରିଥିଲେ। ଏଥିସହ ଆଗାମୀ ରଥଯାତ୍ରା ପାଇଁ ରାଜ୍ୟ ଓ ଜିଲ୍ଲା ପୁଲିସର ବ୍ୟାପକ ପ୍ରସ୍ତୁତି ଜନଗହଳି ଓ ଟ୍ରାଫିକ ନିୟନ୍ତ୍ରଣ ପୁଲିସ ମୃତୟନ ଟଟ ସୁରକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ବେଠକରେ ଏଡିଜି ଅରୁଣ ରାୟ, ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଅସିତ୍ ପାଣିଗ୍ରାହୀ, ସଞ୍ଜିବ ପଣ୍ଡା ଓ ଏସ୍ ପି ସାର୍ଥକ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *