ଆଗାମୀ ଦିନରେ ଶାନ୍ତ ଚିତରେ ନିଷ୍ପତି ନେବି:ବୈଜୟନ୍ତ

ପୁରୀ, ୨୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ ହୋବାପରେ ଶ୍ରୀ କ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶିର୍ବାଦ ନେଇଛନ୍ତି। ଏଥି ସହ ସେ ସ୍ୱର୍ଗଦ୍ୱାର ଯାଇ ବିଜୁ ସମାଧୀ ପୀଠରେ ୧୫ ମିନିଟ ଯାଇ ନିରବ ପ୍ରାର୍ଥନା କରିଥିଲେ। ନିଲମ୍ବନ ତାଙ୍କୁ ଦାରୁଣ ଓ ଗଭୀର ଆକାର ଦେଇଛି। ମନକୁ ଶାନ୍ତି ନେବା ପାଇଁ ଶ୍ରୀ କ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ନିଜ ନିଲମ୍ବନ ପରେ ମହାପ୍ରଭୁଙ୍କୁ ଦର୍ଶନ କରି ସେ ପ୍ରତିକ୍ରିୟାରେ କହିଛନ୍ତି କିଛି ଦୋଷ ତୃଟି ନାହିଁ। ମୁଁ ଅପ୍ରିୟ ସତ କଥା କହିଛି। ବିଜୁ ବାବୁ ବଂଚିଥିଲେ ମୋ କଥାକୁ ଗ୍ରହଣ ଓ ପସନ୍ଦ କରିଥାନ୍ତେ। ଦଳର ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ମୋ ବିରୁଧରେ ଚକ୍ରାନ୍ତ ଚଳାଇ ଆସିଥିଲେ।ଦଳର ଅନ୍ୟ ନେତାଙ୍କୁ ମଧ୍ୟ ମୁଣ୍ଡ ନୁଆଁଇ ଚୁପଚାପ ରହିଲି ନାହିଁ। ଦଳର ହିତ ତଥା ଓଡିଆ ଜାତିର ସ୍ୱାଭିମାନ ପାଇଁ ଅପ୍ରିୟ ସତ କଥା କହିଲି। ମୋ ବରୋଧରେ ଚକ୍ରାନ୍ତକୁ ଦଳର ନେତା ବୁଝି ପାରିଲେ ନାହିଁ। ଗତ ୩, ୪ ବର୍ଷ ଧରି ଦଳ ଠିକ ଭାବେ ଚାଲିନାହିଁ। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦଳକୁ କବଜା କରିନେଇଛନ୍ତି। ଏଭଳି କି ବିଜୁ ପଟ୍ଟନାୟକଙ୍କ ଉପରେ ଦି ଟଳ ମ୍ୟାନ ପୁସ୍ତକ ଉନ୍ମୋଚନ ଉତ୍ସବକୁ ମତେ ଡକାଯାଇନାହିଁ। ଶାନ୍ତ ପରିବେଶରେ ରହି ମୁଁ ନିଶ୍ଚୟ ଦେଖିବି ବୋଲି ସାଂସଦ ଶ୍ରୀ ପଣ୍ଡା କହିଛନ୍ତି।

Leave a Reply

Your email address will not be published. Required fields are marked *